ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ…
କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍ ଓ ବି (ରେଳ ଓଭର ବ୍ରିଜ୍)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବିରୋଧ କରି ସ୍ଥାନୀୟ ଆମ୍ବେଦକର ନିକଟସ୍ଥ ପଣ୍ଡରା ଭବନରେ ଏକ ବୈଠକ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ବିରୋଧକୁ ଭ୍ରୁକ୍ଷେପ କରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବଲାଙ୍ଗୀର ଛକଠାରୁ ଭବାନୀପାଟଣା ଯିବାବେଳେ ଆର୍ ଓ ବି ରାସ୍ତା ସହରର ମଧ୍ୟ […] The post ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ… appeared first on Dharitri Odia News.
କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍ ଓ ବି (ରେଳ ଓଭର ବ୍ରିଜ୍)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବିରୋଧ କରି ସ୍ଥାନୀୟ ଆମ୍ବେଦକର ନିକଟସ୍ଥ ପଣ୍ଡରା ଭବନରେ ଏକ ବୈଠକ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ବିରୋଧକୁ ଭ୍ରୁକ୍ଷେପ କରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ବଲାଙ୍ଗୀର ଛକଠାରୁ ଭବାନୀପାଟଣା ଯିବାବେଳେ ଆର୍ ଓ ବି ରାସ୍ତା ସହରର ମଧ୍ୟ ଭାଗରେ ଶେଷ ହେଉଛି। ନିକଟରେ ରହିଛି ଇଣ୍ଡିଆନ ପେଟ୍ରୋଲ ପମ୍ପ, ଛାତ୍ରୀଛାତ୍ର ଆବାସିକ ବିଦ୍ୟାଳୟ, ଅନେକ ରାଷ୍ଟ୍ରୀୟ ବ୍ୟାଙ୍କ, ଦୋକାନ ବଜାର ରହିଛି। ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା ହେଲା ରେଳ ଓଭର ବ୍ରିଜ୍କୁ ଦୁଇ ଚାରି କିଲୋମିଟର ଯଥା ଜୋଲକୋ ଛକକୁ ସଂଯୋଗ କଲେ ଭଲ ହୁଅନ୍ତା ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଭବିଷ୍ୟତରେ କେସିଙ୍ଗା ସହରର ଉନ୍ନତି ହେବା ସହିତ ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ମଧ୍ୟ ରୋକାଯାଇ ପାରିବ। କିନ୍ତୁ ଉକ୍ତ ବିଷୟ ଉପରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲୋକେ ଏହି ବ୍ରିଜ ନିର୍ମାଣକୁ ନେଇ ବିରୋଧ କରୁଛନ୍ତି। ଏଥିପାଇଁ ରବିବାର ସ୍ଥାନୀୟ ଆମ୍ବେଦକର ଛକସ୍ଥିତ ପଣ୍ଡରା ଭବନଠାରେ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଗାମୀ ଦିନରେ ଏହି ବ୍ରିଜ ନିର୍ମାଣକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇ ଥିଲା। ଉକ୍ତ ବୈଠକରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ବରିଷ୍ଠ ରାଜନୀତିଜ୍ଞ ମହେନ୍ଦ୍ର ନାଏକ, ଦୟାସାଗର ସାହା , ପୁରନ୍ଦର ଭୋଇ ପ୍ରମୁଖଏହି ବ୍ରିଜ୍ ନିର୍ମାଣକୁ ବିରୋଧ କରିଛନ୍ତି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓଭର ରେଳ ବ୍ରିଜ୍ ସମ୍ପ୍ରସାରଣ ନ କରନ୍ତି, ତେବେ ଆଗାମୀ ଦିନରେ ଜାତୀୟ ରାଜ ପଥ ଅବରୋଧ କରି ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏନ୍ଏଚ୍ ବିଭାଗର ଏସ୍ଡିଓ ଅନନ୍ତ ରାମ ପ୍ରଧାନଙ୍କୁ ପଚାରିବାରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅର୍ଥ ରାଶି ଅନୁଯାୟୀ ରେଳ ଓଭର ବ୍ରିଜ ନିର୍ମାଣ ହେଉଛି। ଜୋଲକୋ ଯାଏ ସମ୍ପ୍ରସାରଣ ପାଇଁ ସର୍ଭେ କରାଯିବ ବୋଲି କହିଛନ୍ତି।
ଓଭର ବ୍ରିଜ୍ ନିର୍ମାଣକୁ ବିରୋଧ କରି…
The post ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ… appeared first on Dharitri Odia News.