ନ୍ୟୁଜିଲାଣ୍ଡ ପ୍ରଥମ ଥର ଜିତିଲା ମହିଳା ଟି୨୦ ବିଶ୍ୱକପ, ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକା ସ୍ବପ୍ନ
ନୂଆଦିଲ୍ଲୀ,୨୦ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଆମେଲିଆ କେର୍ (୪୩ ରନ ଓ ୩ ଉଇକେଟ)ଙ୍କ ଅଲରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହାର ଆଇସିସି ଟ୍ରଫି ମରୁଡି ଶେଷ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍ ପ୍ରଭାବୀ ବ୍ୟାଟିଂ କରିଛନ୍ତି। […] The post ନ୍ୟୁଜିଲାଣ୍ଡ ପ୍ରଥମ ଥର ଜିତିଲା ମହିଳା ଟି୨୦ ବିଶ୍ୱକପ, ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକା ସ୍ବପ୍ନ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଆମେଲିଆ କେର୍ (୪୩ ରନ ଓ ୩ ଉଇକେଟ)ଙ୍କ ଅଲରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହାର ଆଇସିସି ଟ୍ରଫି ମରୁଡି ଶେଷ କରିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍ ପ୍ରଭାବୀ ବ୍ୟାଟିଂ କରିଛନ୍ତି। ଆମେଲିଆ ୪୩ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୫୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍ରେ ସୀମିତ ରହିଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିଥିଲା। ଜର୍ଜିଆ ପ୍ଲିମର ମାତ୍ର ୯ ରନ୍ କରି ଆଉଟ ହୋଇଥିବା ବେଳେ କ୍ୟାରିୟରର ୩୩୪ ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ସୁଜି ବେଟ୍ସ ୩୨ ରନ୍ କରିଥିଲେ। ସେ ଟପ୍ ସ୍କୋରର ଆମେଲିଆ କେର(୪୩)ଙ୍କ ସହ ୩୭ ରନ୍ ଯୋଡିଥିଲେ। ୩୧ ବଲ ଖେଳି ସେ ୩ ଚୌକା ମାରିଥିଲେ।
ପରେ ଆମେଲିଆ କେର୍ ଓ ବ୍ରୁକ୍ ହାଲିଡେ(୩୮)ଙ୍କ ମଧ୍ୟରେ ୫୭ ରନ୍ର ପାର୍ଟନରଶିପ୍ ହୋଇଥିଲା। ୧୯ ତମ ଓଭରରେ ଆଉଟ ହେବା ଆଗରୁ ଆମେଲିଆ ୩୮ ବଲ୍ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ବ୍ରୁକ୍ ହାଲିଡେ ୨୮ ବଲ୍ ଖେଳି ୩ ଚୌକା ସହ ୩୮ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋନକୁଲୁଲେକୋ ମାଲବା ୨, ଆୟୋବୋଙ୍ଗା ଖାଖା, କ୍ଲୋଏ ଟ୍ରାୟନ ଓ ନାଡିନ୍ ଡି କ୍ଲର୍କ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୫୯ ରନ୍ ଳକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବେଶ ଧୂଆଁଧାର ଆରମ୍ଭ କରିଥିଲା। ଦଳ ପକ୍ଷରୁ ଲୌରା ଓଲ୍ଭାଡର୍ଟ(୩୩) ଓ ତାଜମିନ୍ ବ୍ରିଟ୍ସ(୧୭) ପ୍ରଥମ ଉଇକେଟରେ ୫୧ ରନ୍ ଯୋଡିଥିଲେ। ଲୌରା ୨୭ ବଲ୍ ଖେଳି ୫ ଚୌକା ମାରିଥିଲେ। ପ୍ରଥମ ଉଇକେଟର ପତନ ପରେ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର ଓ ରୋଜମେରୀ ମେୟର ୩ଟି ଲେଖାଏ ଏଡେନ କାର୍ସନ, ଫ୍ରାନ୍ ଜୋନ୍ସ ଓ ବ୍ରୁକ୍ ହାଲିଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲା।
The post ନ୍ୟୁଜିଲାଣ୍ଡ ପ୍ରଥମ ଥର ଜିତିଲା ମହିଳା ଟି୨୦ ବିଶ୍ୱକପ, ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକା ସ୍ବପ୍ନ appeared first on Dharitri Odia News.