ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବାରିପଦାର ୨ ବିଜେପି କାଉନସିଲର

ବାରିପଦା ୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର ଗୋଟିଏ ଦିନ ଆଗରୁ ବାରିପଦା ଟାଉନ୍ ବିଜେପିକୁ ଲାଗିଛି ଝଟ୍‌କା । ବାରିପଦା ମ୍ୟୁନିସିପାଲଟିର ୨ ଜଣ ବିଜେପି କାଉନସିଲର ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ୩ ନମ୍ବର ୱାର୍ଡର ରାଜ୍ ଗୁପ୍ତା ଓ ୨୬ ନମ୍ବର ୱାର୍ଡର ଭାଗ୍ୟଲକ୍ଷ୍ମୀ ନାୟକ, ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଓ ନଗରପାଳ କୃଷ୍ଣନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଦଳ ଛାଡିବାର କାରଣ ବିଜେପି କେବଳ ଏକ କଥା କୁହା ଦଳ ଭାବରେ ରହିଛି । ହେଲେ ବିଜେଡିରେ ଶୃଙ୍ଖଳା ସହିତ ଜନହିତକର କାମ ମଧ୍ୟ ହେଉଛି ବୋଲି କହିଛନ୍ତି ରାଜ୍ ଗୁପ୍ତା । ଦୁଇ ଜଣ ଯୁବ କାଉନସିଲର ନିଜ ସମର୍ଥକଙ୍କ ସହିତ ବିଜେଡିରେ ମିଶିବା ନିଶ୍ଚିତ ଦଳ ଲାଗି ସହାୟକ ହେବା ସହିତ ବାରିପଦା ମ୍ୟୁନିସପାଲିଟି ବିଜେପି ମୁକ୍ତ ହେଲା ବୋଲି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି କହିଛନ୍ତି ।You Can Read :ଗୁଟଖା ଗୋଦାମ ଓ ଦୋକାନରେ ଚଢାଉ, ବିପୁଳ ସାମଗ୍ରୀ ଜବତ ସହ ଜରିମାନା ଆଦାୟ

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବାରିପଦାର ୨ ବିଜେପି କାଉନସିଲର

ବାରିପଦା ୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର ଗୋଟିଏ ଦିନ ଆଗରୁ ବାରିପଦା ଟାଉନ୍ ବିଜେପିକୁ ଲାଗିଛି ଝଟ୍‌କା । ବାରିପଦା ମ୍ୟୁନିସିପାଲଟିର ୨ ଜଣ ବିଜେପି କାଉନସିଲର ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ୩ ନମ୍ବର ୱାର୍ଡର ରାଜ୍ ଗୁପ୍ତା ଓ ୨୬ ନମ୍ବର ୱାର୍ଡର ଭାଗ୍ୟଲକ୍ଷ୍ମୀ ନାୟକ, ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଓ ନଗରପାଳ କୃଷ୍ଣନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଦଳ ଛାଡିବାର କାରଣ ବିଜେପି କେବଳ ଏକ କଥା କୁହା ଦଳ ଭାବରେ ରହିଛି । ହେଲେ ବିଜେଡିରେ ଶୃଙ୍ଖଳା ସହିତ ଜନହିତକର କାମ ମଧ୍ୟ ହେଉଛି ବୋଲି କହିଛନ୍ତି ରାଜ୍ ଗୁପ୍ତା । 

ଦୁଇ ଜଣ ଯୁବ କାଉନସିଲର ନିଜ ସମର୍ଥକଙ୍କ ସହିତ ବିଜେଡିରେ ମିଶିବା ନିଶ୍ଚିତ ଦଳ ଲାଗି ସହାୟକ ହେବା ସହିତ ବାରିପଦା ମ୍ୟୁନିସପାଲିଟି ବିଜେପି ମୁକ୍ତ ହେଲା ବୋଲି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି କହିଛନ୍ତି ।

You Can Read :

ଗୁଟଖା ଗୋଦାମ ଓ ଦୋକାନରେ ଚଢାଉ, ବିପୁଳ ସାମଗ୍ରୀ ଜବତ ସହ ଜରିମାନା ଆଦାୟ