ଖସୁଛି ରାତିର ତାପମାତ୍ରା, ବଢ଼ୁଛି ଶୀତ; ୧୫ ଡିଗ୍ରୀ ତଳେ ୭ ସହର, ସବୁଠୁ ଥଣ୍ଡା ଜି. ଉଦୟଗିରି
ଭୁବନେଶ୍ୱର,୧୭/୧୧: ରାତିର ତାପମାତ୍ରା ହ୍ରାସ ପାଉଛି । ରାଜ୍ୟର ଅନେକ ସ୍ଥାନରେ ପାରଦ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । କନ୍ଧାମାଳର ଜି. ଉଦୟଗିରିରେ ସବୁଠୁ ଥଣ୍ଡା ସ୍ଥାନ । ଏଠାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସେହିପରି ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ଏହା ୧୨.୭ ଡିଗ୍ରୀ ରହିଛି । ଅନୁଗୁଳ ଓ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ରାତି ତାପମାତ୍ରା ସବୁଠୁ ଅଧିକ ବା ୪.୮ ଡିଗ୍ରୀ ଖସିଛି । ଝାରସୁଗୁଡ଼ାରେ ୪.୧ଡିଗ୍ରୀ, ଭୁବନେଶ୍ୱରରେ ୨ ଡିଗ୍ରୀ, କଟକରେ ୧.୭ ଡିଗ୍ରୀ, ଭବାନୀପାଟଣାରେ ୧.୫, ଗୋପାଳପୁରରେ ୧.୩, ଚାନ୍ଦବାଲିରେ ୧.୨, ବାଲେଶ୍ୱରରେ ୧, ବାରିପଦାରେ ୧.୨ ଡିଗ୍ରୀ ସେଲସିୟସ୍ ଖସିଛି । ଗତକାଲି ରାଉରକେଲାରେ ରାତି ତାପମାତ୍ରା ୧୩.୯ଡିଗ୍ରୀ ଥିଲା । ଶନିବାର ଏହା ପ୍ରାୟ ୧.୫ ଡିଗ୍ରୀ ଖସିଛି । ଆହୁରି ଅନେକ ସ୍ଥାନରେ ରାତି ତାପମାତ୍ରା ଖସିଯାଇଛି । ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କେନ୍ଦୁଝରରେ ୧୪.୫, ଭବାନୀପାଟଣାରେ ୧୪.୮, ଭଦ୍ରକ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି ।
ଭୁବନେଶ୍ୱର,୧୭/୧୧: ରାତିର ତାପମାତ୍ରା ହ୍ରାସ ପାଉଛି । ରାଜ୍ୟର ଅନେକ ସ୍ଥାନରେ ପାରଦ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । କନ୍ଧାମାଳର ଜି. ଉଦୟଗିରିରେ ସବୁଠୁ ଥଣ୍ଡା ସ୍ଥାନ । ଏଠାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସେହିପରି ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।
ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ଏହା ୧୨.୭ ଡିଗ୍ରୀ ରହିଛି । ଅନୁଗୁଳ ଓ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ରାତି ତାପମାତ୍ରା ସବୁଠୁ ଅଧିକ ବା ୪.୮ ଡିଗ୍ରୀ ଖସିଛି । ଝାରସୁଗୁଡ଼ାରେ ୪.୧ଡିଗ୍ରୀ, ଭୁବନେଶ୍ୱରରେ ୨ ଡିଗ୍ରୀ, କଟକରେ ୧.୭ ଡିଗ୍ରୀ, ଭବାନୀପାଟଣାରେ ୧.୫, ଗୋପାଳପୁରରେ ୧.୩, ଚାନ୍ଦବାଲିରେ ୧.୨, ବାଲେଶ୍ୱରରେ ୧, ବାରିପଦାରେ ୧.୨ ଡିଗ୍ରୀ ସେଲସିୟସ୍ ଖସିଛି ।
ଗତକାଲି ରାଉରକେଲାରେ ରାତି ତାପମାତ୍ରା ୧୩.୯ଡିଗ୍ରୀ ଥିଲା । ଶନିବାର ଏହା ପ୍ରାୟ ୧.୫ ଡିଗ୍ରୀ ଖସିଛି । ଆହୁରି ଅନେକ ସ୍ଥାନରେ ରାତି ତାପମାତ୍ରା ଖସିଯାଇଛି । ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କେନ୍ଦୁଝରରେ ୧୪.୫, ଭବାନୀପାଟଣାରେ ୧୪.୮, ଭଦ୍ରକ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି ।