ରାଜ୍ୟରେ ଖୁବ୍‌ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତ ହେବେ : ମନମୋହନ ସାମଲ

ଭୁବନେଶ୍ବର ୨୯।୯: ରାଜ୍ୟରେ ବିଜେପି ସରକାରକୁ ଶହେ ଦିନ ପୁରି ସାରିଲାଣଇ । ହେଲେ ଏ ଯାଏ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ  ଅଧ୍ୟକ୍ଷ ପୁରଣ ହେଉନି।  କାହାକୁ କେଉଁ ନିଗମରେ ଥଇଥାନ କରି  ଦଳ   ପୁରସ୍କୃତ କରିବ ତାକୁ ନେଇ  ବିଜେପି ରାଜ୍ୟ ନେତୃତ୍ବଙ୍କ ଅଙ୍କ କଷା ଗଡି ଗଡି ଚାଲିଛି । ଫଳରେ ଦୀର୍ଘ ଦିନ ହେଲାଣି ନିଗମ ଅଧ୍ଯକ୍ଷ ପଦ ପୁରଣ ହେଉ ନଥିବାରୁ କାମ ଆଗକୁ ବଢିପାରୁନି । କେବଳ ନିଗମ ନୁହେଁ, ବିଭିନ୍ନ କିମିଶନ, ବୋର୍ଡ ଏବଂ ଏକାଡେମିର ଗୁଡିକର ବି ସମ ଦଶା । ତେବେ ଖୁବଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତ ହେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି କହିଛନ୍ତି, ଦଶହରା ପରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟ। ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ମିଳିବ। ଏଥିପାଇଁ ଦଳୀୟ ସ୍ତରରେ ଏବଂ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ୩୭ଟି ନିଗମ ରହିଛି । ସାହିତ୍ୟ ଏକାଡେମି, ସଙ୍ଗୀତ ନାଟକ ଏକାଡେମି, ପରି ଅନେକ ଏକାଡେମି ରହିଛି । ମହିଳା କମିଶନ, ଭିନ୍ନକ୍ଷମ କମିଶନଠୁ ଆରମ୍ଭ କରି ସୂଚନା କମିଶନ ପରି ଅନେକ କମିଶନ ରହିଛି। ଯୋଜନା ବୋର୍ଡ ପରି ଅନେକ ବୋର୍ଡ ବି ରହିଛି । ଜିଲ୍ଲା ଯୋଜନା ବୋର୍ଡକୁ ଛାଡି ୨୩ଟି ଏସଡିସି ବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଛି।  ଏସବୁ ପଦରେ କାହାକୁ ବସାଯିବ ସେନେଇ ଅଙ୍କ କଷା ଚାଲିଥିବା କୁହାଯାଉଛି।

ରାଜ୍ୟରେ ଖୁବ୍‌ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତ ହେବେ : ମନମୋହନ ସାମଲ

ଭୁବନେଶ୍ବର ୨୯।୯: ରାଜ୍ୟରେ ବିଜେପି ସରକାରକୁ ଶହେ ଦିନ ପୁରି ସାରିଲାଣଇ । ହେଲେ ଏ ଯାଏ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ  ଅଧ୍ୟକ୍ଷ ପୁରଣ ହେଉନି।  କାହାକୁ କେଉଁ ନିଗମରେ ଥଇଥାନ କରି  ଦଳ   ପୁରସ୍କୃତ କରିବ ତାକୁ ନେଇ  ବିଜେପି ରାଜ୍ୟ ନେତୃତ୍ବଙ୍କ ଅଙ୍କ କଷା ଗଡି ଗଡି ଚାଲିଛି । ଫଳରେ ଦୀର୍ଘ ଦିନ ହେଲାଣି ନିଗମ ଅଧ୍ଯକ୍ଷ ପଦ ପୁରଣ ହେଉ ନଥିବାରୁ କାମ ଆଗକୁ ବଢିପାରୁନି । କେବଳ ନିଗମ ନୁହେଁ, ବିଭିନ୍ନ କିମିଶନ, ବୋର୍ଡ ଏବଂ ଏକାଡେମିର ଗୁଡିକର ବି ସମ ଦଶା । ତେବେ ଖୁବଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତ ହେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି କହିଛନ୍ତି, ଦଶହରା ପରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟ। ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ମିଳିବ। ଏଥିପାଇଁ ଦଳୀୟ ସ୍ତରରେ ଏବଂ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। 

ରାଜ୍ୟରେ ୩୭ଟି ନିଗମ ରହିଛି । ସାହିତ୍ୟ ଏକାଡେମି, ସଙ୍ଗୀତ ନାଟକ ଏକାଡେମି, ପରି ଅନେକ ଏକାଡେମି ରହିଛି । ମହିଳା କମିଶନ, ଭିନ୍ନକ୍ଷମ କମିଶନଠୁ ଆରମ୍ଭ କରି ସୂଚନା କମିଶନ ପରି ଅନେକ କମିଶନ ରହିଛି। ଯୋଜନା ବୋର୍ଡ ପରି ଅନେକ ବୋର୍ଡ ବି ରହିଛି । ଜିଲ୍ଲା ଯୋଜନା ବୋର୍ଡକୁ ଛାଡି ୨୩ଟି ଏସଡିସି ବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଛି।  ଏସବୁ ପଦରେ କାହାକୁ ବସାଯିବ ସେନେଇ ଅଙ୍କ କଷା ଚାଲିଥିବା କୁହାଯାଉଛି। 

You Can Read:

ପୋଖରୀରେ ବୁଡ଼ିଗଲେ ବାପା-ପୁଅ : ଜଣେ ମୃତ, ଜଣେ ଉଦ୍ଧାର