ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: ଆଇପିଏଲ୍ ମ୍ୟାଚକୁ ନେଇ ବଢୁଛି ଚିନ୍ତା
ବେଙ୍ଗାଲୁରୁ, ୧୩ା୩: ବେଙ୍ଗାଲୁରୁ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ଉତ୍କଟ ଜଳସଙ୍କଟ ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରଥମ ଲେଗ୍ ମ୍ୟାଚଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ହେଲେ ସମସ୍ୟାର ସମାଧାନ ପାଇଁ ଆୟୋଜକ କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍ସିଏ) ଚେଷ୍ଟା ଚଳାଇଛି। ସହରରେ ଆଇପିଏଲ୍ ଗେମ୍ଗୁଡ଼ିକ ମାର୍ଚ୍ଚ ୨୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କେଏସ୍ସିଏ ରାଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ରହିଛି। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଇନ୍ହାଉସ୍ […] The post ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: ଆଇପିଏଲ୍ ମ୍ୟାଚକୁ ନେଇ ବଢୁଛି ଚିନ୍ତା appeared first on Dharitri Odia News.
ବେଙ୍ଗାଲୁରୁ, ୧୩ା୩: ବେଙ୍ଗାଲୁରୁ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ଉତ୍କଟ ଜଳସଙ୍କଟ ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରଥମ ଲେଗ୍ ମ୍ୟାଚଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ହେଲେ ସମସ୍ୟାର ସମାଧାନ ପାଇଁ ଆୟୋଜକ କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍ସିଏ) ଚେଷ୍ଟା ଚଳାଇଛି।
ସହରରେ ଆଇପିଏଲ୍ ଗେମ୍ଗୁଡ଼ିକ ମାର୍ଚ୍ଚ ୨୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କେଏସ୍ସିଏ ରାଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ରହିଛି। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଇନ୍ହାଉସ୍ ସିଓ୍ବେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ(ଏସ୍ଟିପି) ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିବା କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନର ସିଇଓ ଶୁଭେନ୍ଦୁ ଘୋଷ ପ୍ରକାଶ କରିଛନ୍ତି।
ବାଙ୍ଗାଲୋର ଓ୍ବାଟର ସପ୍ଲାଏ ଆଣ୍ଡ୍ ସ୍ବେରେଜ ବୋର୍ଡ ପକ୍ଷରୁ ଇତିମଧ୍ୟରେ ନୋଟିସ ଜାରି କରାଯାଇଛି। ସହରରେ ପାନୀୟ ଜଳକୁ ବଗିଚା କିମ୍ବା ମୋଟରଗାଡ଼ି ଧୋଇବା କ୍ଷେତ୍ରରେ ବ୍ୟବହାରକୁ ବାରଣ କରାଯାଇଛି। ଘୋଷ କହିଛନ୍ତି, ଆଉଟ ଫିଲ୍ଡ ଓ ପିଚ୍ ଏବଂ ଷ୍ଟାଡିୟମରେ ଅନ୍ୟାନ୍ୟ ଆବଶ୍ୟକତାକୁ ମେଣ୍ଟଇବା ଲାଗି ଆମେ ସିଓ୍ବେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟରୁ ଜଳ ବ୍ୟବହାର କରିବା ଆରମ୍ଭ କରିଦେଇଛୁ। ମ୍ୟାଚ ପାଇଁ ଆମକୁ ୧୦୦୦୦ରୁ ୧୫୦୦୦ ଲିଟର ପାଣି ଦରକାର ପଡ଼ିପାରେ। ଏସ୍ଟିପି ପ୍ଲାଣ୍ଟ ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଆଶା କରାଯାଉଛି।
The post ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: ଆଇପିଏଲ୍ ମ୍ୟାଚକୁ ନେଇ ବଢୁଛି ଚିନ୍ତା appeared first on Dharitri Odia News.