ଉଦ୍ଧବ ଓ ରାଜ୍ଙ୍କ ଲଗାତାର ସାକ୍ଷାତ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ: ମୁମ୍ବାଇରେ ଏକ ବିବାହ ଉତ୍ସବରେ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକ୍ରେ ତାଙ୍କ ବଡ଼ବାପାଙ୍କ ପୁଅ ଭାଇ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ରବିବାର ଭେଟିଛନ୍ତି। ୩ ମାସ ମଧ୍ୟରେ ଦୁଇ ଭାଇଙ୍କ ମଧ୍ୟରେ ୩ ଥର ଭେଟ ହେଲାଣି। ଏହି ଭେଟ ଦୁଇ ଭାଇଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂର କରିବ ବୋଲି ଚର୍ଚ୍ଚା ହେଉଛି। ରବିବାର ସନ୍ଧ୍ୟାରେ ଅନ୍ଧେରିରେ ଜଣେ ସରକାରୀ ଅଧିକାରୀ ମହେନ୍ଦ୍ର କଲ୍ୟାଣକରଙ୍କ ପୁଅ ବାହାଘରରେ ଉଦ୍ଧବ ଓ ରାଜ୍ […]

ମୁମ୍ବାଇ: ମୁମ୍ବାଇରେ ଏକ ବିବାହ ଉତ୍ସବରେ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକ୍ରେ ତାଙ୍କ ବଡ଼ବାପାଙ୍କ ପୁଅ ଭାଇ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ରବିବାର ଭେଟିଛନ୍ତି। ୩ ମାସ ମଧ୍ୟରେ ଦୁଇ ଭାଇଙ୍କ ମଧ୍ୟରେ ୩ ଥର ଭେଟ ହେଲାଣି। ଏହି ଭେଟ ଦୁଇ ଭାଇଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂର କରିବ ବୋଲି ଚର୍ଚ୍ଚା ହେଉଛି। ରବିବାର ସନ୍ଧ୍ୟାରେ ଅନ୍ଧେରିରେ ଜଣେ ସରକାରୀ ଅଧିକାରୀ ମହେନ୍ଦ୍ର କଲ୍ୟାଣକରଙ୍କ ପୁଅ ବାହାଘରରେ ଉଦ୍ଧବ ଓ ରାଜ୍ ଠାକ୍ରେଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ଶାସକ ମହାୟୁତି ଓ ବିରୋଧୀ ମହାବିକାଶ ଆଘାଡି (ଏମ୍ଭିଏ) ଶିବିରରେ ଫାଟ ସୃଷ୍ଟି ହେବାର ଗୁଜବ ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକ୍ରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଏବଂ ତାଙ୍କ ପତ୍ନୀ ରଶ୍ମି ଠାକ୍ରେଙ୍କୁ ଭେଟିଥିଲେ। ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏମ୍ଏନ୍ଏସ୍ ଓ ଶିବସେନା (ୟୁବିଟି) ସେମାନଙ୍କର ରାଜନୈତିକ ମତଭେଦ ଦୂର କରିବାକୁ ଚାହୁଛନ୍ତି। ତେବେ ପୌର ନିର୍ବାଚନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।