ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ। ପୁଅକୁ ଭଲ କରିବାକୁ ଆଶା ବାନ୍ଧିଥିଲେ। ହେଲେ ପ୍ରଥମେ ବାପା ଓ ପରେ ଏକମାତ୍ର ପୁଅର ଜୀବନ ଚାଲିଗଲା। ଏବେ ଅସହାୟ ହୋଇପଡ଼ିଛନ୍ତି ମା’। ପୁଅର ଶୁଦ୍ଧିକ୍ରିୟା ପାଇଁ ସେ ବାରଦୁଆର ବୁଲି ହାତ ପତାଉଛନ୍ତି। ପୁରୀ ଜିଲା କାକଟପୁର ବ୍ଲକ ଲତାହରଣ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। […] The post ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’ appeared first on Dharitri Odia News.

ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ। ପୁଅକୁ ଭଲ କରିବାକୁ ଆଶା ବାନ୍ଧିଥିଲେ। ହେଲେ ପ୍ରଥମେ ବାପା ଓ ପରେ ଏକମାତ୍ର ପୁଅର ଜୀବନ ଚାଲିଗଲା। ଏବେ ଅସହାୟ ହୋଇପଡ଼ିଛନ୍ତି ମା’। ପୁଅର ଶୁଦ୍ଧିକ୍ରିୟା ପାଇଁ ସେ ବାରଦୁଆର ବୁଲି ହାତ ପତାଉଛନ୍ତି। ପୁରୀ ଜିଲା କାକଟପୁର ବ୍ଲକ ଲତାହରଣ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ମୁତାବକ, ଲତାହରଣ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ ପରିବାର ଚଳାଇବା ପାଇଁ ୨୦୧୦ରେ ଏକ କମ୍ପାନୀରେ କାମ କରିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ କାମ କରି ଯାହା କିଛି ରୋଜଗାର ହେଉଥିଲା, ତାହାକୁ ଘରକୁ ପଠାଉଥିଲେ। ଘରେ ତାଙ୍କର ସ୍ତ୍ରୀ, ପୁଅ ସମେତ ମା ଓ ବାପା ଖୁସିରେ ଚଳୁଥିଲେ। କିନ୍ତୁ ଦଇବ ଦାଉ ସାଧିଲା ଭଳି ହାଇଦ୍ରାବାଦରେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୫ଭାଗ ଅଚଳ ହୋଇଗଲା। ଫଳରେ ତାଙ୍କୁ କମ୍ପାନୀ ଚାକିରି ହରାଇବାକୁ ପଡ଼ିଲା। ସେ ଚିକିତ୍ସା ପାଇଁ ଘରକୁ ଚାଲିଆସିଲେ। ତେବେ ଏଭଳି ଦୁର୍ଦ୍ଦିନ ସମୟରେ ସ୍ତ୍ରୀ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ପୁଅକୁ ନେଇ ବାପଘରକୁ ଚାଲିଗଲେ। ତେଣୁ ପୁଅକୁ ସୁସ୍ଥ କରିବା ପାଇଁ ବୃଦ୍ଧ ମା, ବାପା ବାଧ୍ୟହୋଇ ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ। ପୁଅର ସୁସ୍ଥତା ଆଶା ନେଇ ବାଟ ଚାଲୁଥିବାବେଳେ ବୃଦ୍ଧ ବାପାଙ୍କର ମୃତ୍ୟୁ ଘଟିଲା। ତଥାପି ସଂଘର୍ଷରୁ ଓହରି ନ ଥିଲେ ମା’ ପଞ୍ଚେଇ ମଲ୍ଲିକ (୭୫)। ସ୍ବଳ୍ପ ଭତ୍ତା ଟଙ୍କା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ ଭରସା କରି ଦୁଃଖକଷ୍ଟରେ ଚଳିଲେ। ତେବେ କିଛି ଦିନ ତଳେ ପ୍ରଫୁଲ୍ଲଙ୍କ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ପଡ଼ୋଶୀଙ୍କ ସହାୟତାରେ ମେଡିକାଲ ନେଲେ। ହେଲେ ଫଳ କିଛି ହେଲାନି। ଗତ ମଙ୍ଗଳବାର ୩୭ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ଜୀବନ ଦୀପ ଲିଭିଗଲା। ରବିବାରକୁ ମୃତ୍ୟୁର ୬ଦିନ ହୋଇଛି। ଏଭଳି ସ୍ଥିତିରେ ପୁଅ ଅନ୍ତ୍ୟେଷ୍ଟିକ୍ରିୟା କରିବା ପାଇଁ ମା’ ନିଜ ଦୁଃଖକୁ ଅନ୍ତରରେ ଚାପି ରଖି ସହାୟତା ମାଗୁଛନ୍ତି। ପାଦରେ ଚାଲିବାକୁ ବଳ ନ ଥିଲେ ମଧ୍ୟ ଘର ଘର ଘର ବୁଲି ହାତ ପତାଉଛନ୍ତି। ପୂର୍ବରୁ ବାରମ୍ବାର ପ୍ରଶାସନକୁ ଆକୁଳ ନିବେଦନ କରିଥିଲେ ମଧ୍ୟ କୌଣସି ସହାୟତା ମିଳିଲା ନାହିଁ। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା କେବଳ ଜରିପକା ଭଙ୍ଗା ଚାଳଘର। ସହୃଦୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଲେ ପ୍ରଫୁଲ୍ଲଙ୍କ ଅନ୍ତ୍ୟେଷ୍ଟିକ୍ରିୟା ହୋଇପାରନ୍ତା ବୋଲି ପଞ୍ଚେଇ କୋହଭରା କଣ୍ଠରେ କହିଛନ୍ତି।

The post ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’ appeared first on Dharitri Odia News.