ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର: ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବୁ । ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି । ମୁଁ ତାଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ସେ ଦୁଇ ଦିନ ପାଇଁ ଓଡ଼ିଶା ଆସିଥିଲେ । ଏହି ସମୟରେ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ସହ ୮ଟି ଏମଓୟୁ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ-୨୦୪୭ ଲକ୍ଷ୍ୟକୁ ନେଇ ଓଡ଼ିଶା ବୃହତ୍ତ ଇଞ୍ଜିନ୍ ଭାବେ କାମ କରିବ । ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ପେଟ୍ରୋଲିୟମ, ଗ୍ରୀନ୍ ଏନର୍ଜୀର ବିକାଶ ନେଇ ଆଲୋଚନା ହେବ । ଏହାରି ଭିତରେ ଅଢ଼େଇ ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବୁ । ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି । ମୁଁ ତାଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ସେ ଦୁଇ ଦିନ ପାଇଁ ଓଡ଼ିଶା ଆସିଥିଲେ ।
ଏହି ସମୟରେ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ସହ ୮ଟି ଏମଓୟୁ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ-୨୦୪୭ ଲକ୍ଷ୍ୟକୁ ନେଇ ଓଡ଼ିଶା ବୃହତ୍ତ ଇଞ୍ଜିନ୍ ଭାବେ କାମ କରିବ । ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ପେଟ୍ରୋଲିୟମ, ଗ୍ରୀନ୍ ଏନର୍ଜୀର ବିକାଶ ନେଇ ଆଲୋଚନା ହେବ । ଏହାରି ଭିତରେ ଅଢ଼େଇ ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।