ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 

ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ। ଜ୍ୱାଇଁ ମିଥୁନ ସାହୁ କହିଛନ୍ତି, ୪ ବର୍ଷ ହେଲା ମୋତେ କନ୍ଦାଇ କନ୍ଦାଇ ରଖିଲେ।  ସକାଳେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ମୋତେ ପିଟିବାକୁ ଆସିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁସିିଦେଲି। ସୂଚନାଯୋଗ୍ୟ, […] The post ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ  appeared first on Dharitri Odia News.

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 
ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ। ଜ୍ୱାଇଁ ମିଥୁନ ସାହୁ କହିଛନ୍ତି, ୪ ବର୍ଷ ହେଲା ମୋତେ କନ୍ଦାଇ କନ୍ଦାଇ ରଖିଲେ।  ସକାଳେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ମୋତେ ପିଟିବାକୁ ଆସିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁସିିଦେଲି।
ସୂଚନାଯୋଗ୍ୟ, ପୋଡାବଲଣ୍ଡା ଗାଁ ଗାୟତ୍ରୀ ସାହୁଙ୍କୁ ଅନୁଗୋଳ ଜିଲା ଆଠମଲ୍ଲିକ ଜାମୁଡୁଲି ଅଞ୍ଚଳର ମିଥୁନ ସାହୁ ୪ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଶାଶୁଘରକୁ ଯାଇଥିଲେ ଗାୟତ୍ରୀ। ସେଠାରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କର ପୁଅଟିଏ ହୋଇଥିଲା। ପରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା।  ଗାୟତ୍ରୀ ଶାଶୁ ଘରେ ରହିବା ପାଇଁ ଚାହୁଁ ନ ଥିଲେ। ସେ ବାପଘରେ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ମିଥୁନଙ୍କ ଉପରେ ଚାପ ପକାଉଥିଲେ। ହେଲେ ମିଥୁନ ତାଙ୍କ କଥାରେ ରାଜି ହେଉ ନ ଥିଲେ। ଏ ନେଇ  ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ୨୦୨୩ ମସିହାରେ ମାମଲା ଥାନାକୁ ଯାଇଥିଲା। ଅଲୋଚନା ପରେ ଉଭୟ ଏକାଠି ରହୁଥିଲେ। ଗତ ୨ ତାରିଖରେ ମିଥୁନ ଗାୟତ୍ରୀଙ୍କୁ ଧରି ଶ୍ୱଶୁର ଘର ଯାଇଥିଲେ। ରଥଯାତ୍ରାଠାରୁ ଉଭୟେ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ଘର ପାଖରେ ନୂଆ ଘର ମଧ୍ୟ ନିର୍ମାଣ କରୁଥିଲେ। ହେଲେ ସେଠାରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଗାୟତ୍ରୀ ଓ ଶାଶୁ ଋକଣୀ ସାହୁ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ରବିବାର ରାତିରେ ପାଟିତୁଣ୍ଡ ହୋଇଥିଲା। ସକାଳେ ଉଭୟ ପ୍ରବଳ ଗାଳି ଦେଇଥିଲେ। ସେମାନଙ୍କ କଥା ଆଉ ସହି ପାରିଲି ନାହିଁ। କେତେ କାନ୍ଦିବି? ବାହାଘର ପରଠାରୁ ଖାଲି କାନ୍ଦୁଥିଲି। ନିର୍ଯାତନା ଅସହ୍ୟ ହେବାରୁ ମାରିଦେଲି। ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁସିି ମାରିଦେଲି ବୋଲି ମିଥୁନ କହିଛନ୍ତି। ହତ୍ୟା କରିବା ପରେ ଘର ବାହାର ପାର୍ଶ୍ୱରେ ତାଲା ପକାଇ ଦେଇଥିଲି। ପରେ ନିଜର ଦେଢ଼ ବର୍ଷର ପୁଅକୁ ଧରି ରେଢାଖୋଲ ଥାନାରେ ପହଞ୍ଚିଥିଲେ। ହତ୍ୟା କରିଥିବା ପୋଲିସକୁ କହିଥିଲେ। ପୋଲିସ  ତାଙ୍କୁ ଅଟକ ରଖି ପୋଡାବଲଣ୍ଡା ଗାଁରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

The post ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ  appeared first on Dharitri Odia News.