ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ହିନ୍ଦୁ ଏକତା ମଞ୍ଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏହି ଅବସରରେ ବରଗଡ଼ ଗାନ୍ଧିଛକରୁ ମଞ୍ଚର ସଦସ୍ୟା, ସଦସ୍ୟବୃନ୍ଦ ଏକ ରାଲିରେ ବାହାରି ଜିଲାପାଳଙ୍କ […] The post ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ appeared first on Dharitri Odia News.

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ହିନ୍ଦୁ ଏକତା ମଞ୍ଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏହି ଅବସରରେ ବରଗଡ଼ ଗାନ୍ଧିଛକରୁ ମଞ୍ଚର ସଦସ୍ୟା, ସଦସ୍ୟବୃନ୍ଦ ଏକ ରାଲିରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଯିବା ବାଟରେ ପାକିସ୍ତାନର ପତାକାକୁ ରାସ୍ତାରେ ପକାଯାଇ ପାକିସ୍ତାନ ମୁର୍ଦ୍ଦାବାଦର ନାରାବାଜି କରିଥିଲେ। ଏହା ସହିତ ରାଜ୍ୟରେ ରହିଥିବା ବାଂଲାଦେଶୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶରୁ ବାହାରକୁ ପଠାଯାଉ ବୋଲି ଦାବି କରିଥିଲେ। ହିନ୍ଦୁ ଏକତା ମଞ୍ଚର କିଶୋର ବିକାର, ପ୍ରତାପ କୁମାର ପଟ୍ଟନାୟକ, ପରମାନନ୍ଦ ମିଶ୍ର, ପ୍ରୀତମ ସିଂ, ଅକୃର ମଲ୍ଲିକ, ସତ୍ୟସାଇ ନାଏକ ପ୍ରମୁଖ ଏଥିରେ ସାମିଲ ଥିଲେ।

The post ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ appeared first on Dharitri Odia News.