ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ…

ଭୁବନେଶ୍ୱର,୧୮।୭: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଜେଲ ଭିତରେ ଦୁହେଁ କେମିତି ଅଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର ସାହୁଙ୍କୁ ଗିରଫ କରି ଜେଲ ପଠାଇ […] The post ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ… appeared first on Dharitri Odia News.

ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ…

ଭୁବନେଶ୍ୱର,୧୮।୭: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଜେଲ ଭିତରେ ଦୁହେଁ କେମିତି ଅଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର ସାହୁଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇଥିଲା ପୋଲିସ । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁହେଁ ମାନସିକ ଚାପରେ ଅଛନ୍ତି। ଦୁହେଁ ବୁଧବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ତରକାରୀ ଖାଇଥିବା ବେଳେ ରାତିରେ ରୁଟି ଓ ତରକାରୀ ଖାଇଥିଲେ। ଜେଲ ଆସିବାର ୭ ଦିନ ବିତି ନ ଥିବାରୁ ଦୁହିଁଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇ ନ ଥିଲା।

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ବୁଧବାର ବିଜେଡି ଆନ୍ଦୋଳନ କରିଥିବା ବେଳେ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ। ଏହି ସମୟରେ ସରକାରଙ୍କୁ ଜୋରଦାର ଘେରିଥିଲା କଂଗ୍ରେସ। ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି। ସେପଟେ ଅଘଟଣ ପରେ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ କମିଟି (ICC) ଗଠନ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ICC ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି।

The post ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ… appeared first on Dharitri Odia News.