ଜୁନ ୧୫ରେ ହେବ ନାହିଁ NEET PG ପରୀକ୍ଷା, ଶୀଘ୍ର ଘୋଷଣା ହେବ ନୂଆ ତାରିଖ
ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ NBEMS(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ NBEMS ପକ୍ଷରୁ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ।ସୂଚନା ଅନୁଯାୟୀ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଚୟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ ହେବାର ଥିଲା। ହେଲେ ସୁପ୍ରିମକୋର୍ଟ ପରୀକ୍ଷାର୍ଥୀଙ୍କ ପିଟିସନ ଉପରେ ଶୁଣାଣି କରି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଇବାକୁ ଆଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନକୁ ବଡ଼ ଝଟକା ଲାଗିଥିଲା। Also read: ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମାପରୀକ୍ଷା ସ୍ଥଗିତ ନେଇ ମଙ୍ଗଳବାର NBEMS ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରିବାକୁ ଆଦେଶ ଦେଇଛନ୍ତି। ତେଣୁ ବୋର୍ଡକୁ ଅଧିକ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହା ସହିତ ପରୀକ୍ଷା ସମ୍ବନ୍ଧିତ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ
ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ NBEMS(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ NBEMS ପକ୍ଷରୁ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ।
ସୂଚନା ଅନୁଯାୟୀ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଚୟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ ହେବାର ଥିଲା। ହେଲେ ସୁପ୍ରିମକୋର୍ଟ ପରୀକ୍ଷାର୍ଥୀଙ୍କ ପିଟିସନ ଉପରେ ଶୁଣାଣି କରି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଇବାକୁ ଆଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନକୁ ବଡ଼ ଝଟକା ଲାଗିଥିଲା।
Also read: ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା
ପରୀକ୍ଷା ସ୍ଥଗିତ ନେଇ ମଙ୍ଗଳବାର NBEMS ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରିବାକୁ ଆଦେଶ ଦେଇଛନ୍ତି। ତେଣୁ ବୋର୍ଡକୁ ଅଧିକ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହା ସହିତ ପରୀକ୍ଷା ସମ୍ବନ୍ଧିତ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ କରାଯାଉଛି। ବୋର୍ଡ ଦ୍ଵାରା ଶୀଘ୍ର ସଂଶୋଧିତ ତାରିଖ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ NBEMS ପକ୍ଷରୁ ନିଟ୍ ପିଜି ପରୀକ୍ଷାକୁ ନେଇ ଜୁନ ୨ରେ ପରୀକ୍ଷା ସିଟି ସ୍ଲିପ ଜାରି କରାଯିବାର ଥିଲା। ହେଲେ ବିଳମ୍ଵିତ ସନ୍ଧ୍ୟାରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ପରୀକ୍ଷା ସ୍ଥଗିତ ନେଇ ସୂଚନା ଦିଆଯାଇଛି।