ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ
ସୋସିଆଲ ମିଡିଆରେ ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବା ପରେ ହୃଦୟ ତରଳି ଯାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରମିକ ଭାବରେ କାମ କରୁଥିବା ଦେଖାଯାଏ। ଭିଡିଓରେ ଉଭୟ ଘରରେ ବ୍ୟବହୃତ ଗୋଡି ଉଠାଉଥିବା ନଜର ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏଥିରେ ଅନ୍ୟ କାହାର ସାହାଯ୍ୟ ନେଉନାହାଁନ୍ତି। ବରଂ ସେମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି। […] The post ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ appeared first on Dharitri Odia News.
ସୋସିଆଲ ମିଡିଆରେ ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବା ପରେ ହୃଦୟ ତରଳି ଯାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରମିକ ଭାବରେ କାମ କରୁଥିବା ଦେଖାଯାଏ।
ଭିଡିଓରେ ଉଭୟ ଘରରେ ବ୍ୟବହୃତ ଗୋଡି ଉଠାଉଥିବା ନଜର ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏଥିରେ ଅନ୍ୟ କାହାର ସାହାଯ୍ୟ ନେଉନାହାଁନ୍ତି। ବରଂ ସେମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି। ଉଭୟ ଭିନ୍ନକ୍ଷମ ଟୋକେଇ ସାହାଯ୍ୟରେ ଗୋଡି ବୋହୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ@dilsarkaria ନାମକ ଏକ ଆକାଉଣ୍ଟରୁ ଅପଲୋଡ ହୋଇଛି, ଯାହା ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବେଶ୍ ହୃଦୟସ୍ପର୍ଶୀ। କିନ୍ତୁ ଏହି ଭିଡିଓ ଦେଖି ଅନ୍ୟ ଲୋକମାନେ ମଧ୍ୟ ଉତ୍ସାହିତ ହେଉଛନ୍ତି।
The post ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ appeared first on Dharitri Odia News.