ଭୂସ୍ଖଳନରେ ୨୨ ମୃତ
ଡୋଡୋମା,୧୫ା୧: ଉତ୍ତର ତାଞ୍ଜାନିଆର ବାରିଆଡ଼ିରେ ଥିବା ଏକ ଖଣିରେ ଭୂସ୍ଖଳନ ହେବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ କହିଛନ୍ତି ଯେ, ସିମିୟୁ ଅଞ୍ଚଳର ବାରିଆଡ଼ି ଜିଲାର ନାଗାଲିତା ଖଣିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି ଏବଂ ଏଥିରେ ୨୨ ଜଣଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। The post ଭୂସ୍ଖଳନରେ ୨୨ ମୃତ appeared first on Dharitri Odia News.
ଡୋଡୋମା,୧୫ା୧: ଉତ୍ତର ତାଞ୍ଜାନିଆର ବାରିଆଡ଼ିରେ ଥିବା ଏକ ଖଣିରେ ଭୂସ୍ଖଳନ ହେବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ କହିଛନ୍ତି ଯେ, ସିମିୟୁ ଅଞ୍ଚଳର ବାରିଆଡ଼ି ଜିଲାର ନାଗାଲିତା ଖଣିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି ଏବଂ ଏଥିରେ ୨୨ ଜଣଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ଭୂସ୍ଖଳନରେ ୨୨ ମୃତ appeared first on Dharitri Odia News.