ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲେଣି ନେତାଏ। ଏଥିପାଇଁ ରାଜନୀତି ମାହୋଲ ବି ପାଗ ଭିଡିଲାଣି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସର୍ଭେରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଏମିତି ଜଣଙ୍କ ନାଁ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ତାଜୁବ ହୋଇଯିବେ। ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରାଗଲା ଯେ ମହାରାଷ୍ଟ୍ର ପାଇଁ ଭାଜପାରୁ କିଏ ମୁଖ୍ୟମନ୍ତ୍ରୀ […] The post ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ appeared first on Dharitri Odia News.

ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲେଣି ନେତାଏ। ଏଥିପାଇଁ ରାଜନୀତି ମାହୋଲ ବି ପାଗ ଭିଡିଲାଣି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସର୍ଭେରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଏମିତି ଜଣଙ୍କ ନାଁ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ତାଜୁବ ହୋଇଯିବେ।

ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରାଗଲା ଯେ ମହାରାଷ୍ଟ୍ର ପାଇଁ ଭାଜପାରୁ କିଏ ମୁଖ୍ୟମନ୍ତ୍ରୀ ହେବା ଦରକାର, ପ୍ରାୟ ୪୭.୭ ପ୍ରତିଶତ ଲୋକ ନିତୀନ ଗଡକରୀଙ୍କୁ ଚୟନ କରିଥିଲେ। ଅନ୍ୟପଯେ ୧୮.୮ ପ୍ରତିଶତ ଲୋକ ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି ମତ ଦେଇଥିଲେ। ସେହିପରି ୬.୩ ପ୍ରତିଶତ ଲୋକ ବିନୋଦ ତାୱେଡେ, ୫ ପ୍ରତିଶତ ପଙ୍କଜା ମୁଣ୍ଡେ ଏବଂ ୮.୮ ପ୍ରତିଶତ ସୁଧୀର ମୁଙ୍ଗନ୍ତୀୱାରଙ୍କୁ ପସନ୍ଦ କରିଛନ୍ତି।

ଏହା ବ୍ୟତୀତ, ଯଦି ଆମେ ସିଏମ ପଦ ପାଇଁ ମୋଟ ଉପରେ ପସନ୍ଦଯୋଗ୍ୟ ବ୍ୟକ୍ତିଙ୍କ ଉପରେ ଆଲୋଚନା କରିବା, ତେବେ ୨୨.୪ ପ୍ରତିଶତ ଲୋକ ଉଦ୍ଧବ ଠାକରେ ୨୨.୪ ପ୍ରତିଶତ ଲୋକ ଦେବେନ୍ଦ୍ର ଫଡନାଭିସଙ୍କୁ ପସନ୍ଦ କରୁଥିବାବେଳେ ୧୪.୫ ପ୍ରତିଶତ ଲୋକ ଏକନାଥ ସିନ୍ଦେଙ୍କୁ ପସନ୍ଦ କରିଛନ୍ତି। ୫.୩ ପ୍ରତିଶତ ଲୋକ ଅଜିତ ପାୱାରଙ୍କୁ ଭୋଟ ଦେଇଛନ୍ତି। ୬.୮ ପ୍ରତିଶତ ଲୋକ ସୁପ୍ରିୟା ସୁଲେ ଏବଂ ୪.୭ ପ୍ରତିଶତ ଲୋକ ନାନା ପାଟୋଲଙ୍କୁ ନିଜ ପସନ୍ଦ ଭାବରେ ବାଛିଛନ୍ତି।

The post ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ appeared first on Dharitri Odia News.