ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସୁସ୍ମିତା, ଖାସ୍ ବାର୍ତ୍ତା ଲେଖି…
ବମ୍ବେ: ବ୍ରେକ୍ଅପ୍ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍ ଡିଭା ସୁସ୍ମିତା ସେନ୍। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍ଙ୍କ ଜନ୍ମଦିନ ଉପଲକ୍ଷେ ରୋମାଣ୍ଟିକ ହୋଇଥିବା ଦେଖାଯାଇଛି। ସେ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇବା ଲାଗି ଆଇନା ସାମ୍ନାରେ ଦୁହେଁ ଉଠାଇଥିବା ଏକ ଫଟୋ ଶେୟାର କରି ମନକଥା କହିଛନ୍ତି। ‘ହାପି ବର୍ଥ ଡେ ବାବୁସ୍.. ତୁମ ଜୀବନରେ […] The post ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସୁସ୍ମିତା, ଖାସ୍ ବାର୍ତ୍ତା ଲେଖି… appeared first on Dharitri Odia News.
ବମ୍ବେ: ବ୍ରେକ୍ଅପ୍ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍ ଡିଭା ସୁସ୍ମିତା ସେନ୍। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍ଙ୍କ ଜନ୍ମଦିନ ଉପଲକ୍ଷେ ରୋମାଣ୍ଟିକ ହୋଇଥିବା ଦେଖାଯାଇଛି। ସେ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇବା ଲାଗି ଆଇନା ସାମ୍ନାରେ ଦୁହେଁ ଉଠାଇଥିବା ଏକ ଫଟୋ ଶେୟାର କରି ମନକଥା କହିଛନ୍ତି। ‘ହାପି ବର୍ଥ ଡେ ବାବୁସ୍.. ତୁମ ଜୀବନରେ ସବୁବେଳେ ଖୁସି ରହୁ। ମୋ ତରଫରୁ ବହୁତ ଭଲପାଇବା’ ବୋଲି ସୁସ୍ମିତା ପୋଷ୍ଟ ଲେଖିଛନ୍ତି।
ତେବେ ସୁସ୍ମିତା ଦୀର୍ଘଦିନ ଧରି ରୋହମନଙ୍କୁ ଡେଟ୍ କରୁଥିଲେ। ଏକ ଫ୍ୟାଶନ ଶୋ’ରେ ପରସ୍ପରକୁ ଦୁହେଁ ଭେଟିଥିବା କୁହାଯାଏ। ଏହାପରେ ବନ୍ଧୁତା ଏବଂ ପରେ ସେମାନେ ପ୍ରେମରେ ପଡ଼ିଥିଲେ। କିଛି ମାସ ତଳେ ଦୁହେଁ ବ୍ରେକ୍ଅପ୍ ହୋଇଥିବା କହିଥିଲେ। ହେଲେ ଏବେ ପୁଣିଥରେ ସେମାନଙ୍କୁ ଏକାଠି ଦେଖାଯିବା ପରେ ଡେଟିଂ ନେଇ କଥା ଉଠୁଛି। ହେଲେ ଅଭିନେତ୍ରୀ ଏନେଇ ମୁହଁ ଖୋଲୁ ନାହାନ୍ତି।
The post ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସୁସ୍ମିତା, ଖାସ୍ ବାର୍ତ୍ତା ଲେଖି… appeared first on Dharitri Odia News.