ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ

ନୂଆଦିଲ୍ଲୀ,୯।୨: ସାଧାରଣତଃ ଭାଲେଣ୍ଟାଇନ ଓ୍ବିକ୍‌ରେ ପ୍ରେମୀଯୁଗଳ ଏକାଠି ବୁଲିବା ଦେଖାଯାଏ। କିନ୍ତୁ ଏହି ସମୟରେ ବିବାହିତ ବ୍ୟକ୍ତିମାନେ ସ୍ତ୍ରୀଙ୍କୁ ଛାଡି ପ୍ରେମିକାଙ୍କୁ ଧରି ବୁଲିବା ନିହାତି ନିନ୍ଦନୀୟ। ସତନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଭିଡିଓଟି ସିଭିଲ ଲାଇନ ଥାନା ପାଟ୍ରି ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହ ଘରେ ପହଞ୍ଚିଥିଲେ। ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଜାଣିବା ପରେ ପୋଲିସକୁ ଖବର […] The post ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ appeared first on Dharitri Odia News.

ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ

ନୂଆଦିଲ୍ଲୀ,୯।୨: ସାଧାରଣତଃ ଭାଲେଣ୍ଟାଇନ ଓ୍ବିକ୍‌ରେ ପ୍ରେମୀଯୁଗଳ ଏକାଠି ବୁଲିବା ଦେଖାଯାଏ। କିନ୍ତୁ ଏହି ସମୟରେ ବିବାହିତ ବ୍ୟକ୍ତିମାନେ ସ୍ତ୍ରୀଙ୍କୁ ଛାଡି ପ୍ରେମିକାଙ୍କୁ ଧରି ବୁଲିବା ନିହାତି ନିନ୍ଦନୀୟ। ସତନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଭିଡିଓଟି ସିଭିଲ ଲାଇନ ଥାନା ପାଟ୍ରି ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହ ଘରେ ପହଞ୍ଚିଥିଲେ। ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଏହାପରେ ସ୍ତ୍ରୀ ତାଙ୍କ ଭାଇ ଓ ପରିବାର ସହ ପହଞ୍ଚି ଘରେ ହଙ୍ଗାମା କରିଥିଲେ। ସ୍ବାମୀଙ୍କୁ ଦେଖି ସ୍ତ୍ରୀ ଚପଲ କାଢ଼ି ସ୍ବାମୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ପ୍ରେମିକାଙ୍କୁ ବି ପିଟିଥିଲେ। ଏହି ସମୟରେ ପୋଲିସ ମଧ୍ୟ ମଝିକୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା।
ମହିଳାଙ୍କ ସ୍ବାମୀ ଠିକାଦାର ଭାବେ କାମ କରନ୍ତି ଏବଂ ଉଭୟଙ୍କର ଗୋଟିଏ ପୁଅ ଅଛି। ସ୍ବାମୀଙ୍କ ଏଭଳି ଆଚରଣରେ ବ୍ୟଥିତ ହୋଇ ସ୍ତ୍ରୀ ନିଜ ସ୍ବାମୀଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଥିବା ବେଳେ ଆଜି ସ୍ତ୍ରୀ ନିଜ ସ୍ବାମୀ ଓ ପ୍ରେମିକାଙ୍କୁ ଧରି ସିଭିଲ ଲାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି।

The post ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ appeared first on Dharitri Odia News.