ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ

ମୁମ୍ବାଇ,୭।୨: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ନିର୍ବାଚନଆୟୋଗ (ଇସି) ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ଘୋଷଣା କରିଛନ୍ତି। ଅଜିତ ପାୱାର ଦଳକୁ ଘଣ୍ଟାକୁ ଦଳର ପ୍ରତୀକ ଭାବେ ଆୟୋଗ ମଧ୍ୟ ହସ୍ତାନ୍ତର କରିଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଆଜି ସା ସୁଦ୍ଧା ତିନୋଟି ନାମ ଏବଂ ଚିହ୍ନ ପରାମର୍ଶ ଦେବାକୁ […] The post ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ appeared first on Dharitri Odia News.

ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ

ମୁମ୍ବାଇ,୭।୨: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ନିର୍ବାଚନଆୟୋଗ (ଇସି) ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ଘୋଷଣା କରିଛନ୍ତି। ଅଜିତ ପାୱାର ଦଳକୁ ଘଣ୍ଟାକୁ ଦଳର ପ୍ରତୀକ ଭାବେ ଆୟୋଗ ମଧ୍ୟ ହସ୍ତାନ୍ତର କରିଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଆଜି ସା ସୁଦ୍ଧା ତିନୋଟି ନାମ ଏବଂ ଚିହ୍ନ ପରାମର୍ଶ ଦେବାକୁ କହିଛନ୍ତି, ଯାହା ସେମାନଙ୍କୁ ବଣ୍ଟନ କରାଯିବ।

ସୂତ୍ରରୁ ପ୍ରକାଶ ଯେ, ଶରଦ ପାୱାରଙ୍କ ଦଳ ନିର୍ବାଚନ ଆୟୋଗଙ୍କ ନିକଟକୁ ‘ଶରଦ ପାୱାର କଂଗ୍ରେସ’, ‘ମୁଁ ଜଣେ ଜାତୀୟତାବାଦୀ ଏବଂ ଶରଦ ପାୱାର ସ୍ବାଭିମାନୀ ପକ୍ଷ’ ନାମର ପ୍ରସ୍ତାବ ପ୍ରସ୍ତାବ ପଠାଇ ପାରିବେ। ଏଥି ସହିତ, ଚଷମା, ଉଦୟ ସୂର୍ଯ୍ୟ ଏବଂ ସୂର୍ଯ୍ୟମୁଖୀ ନିର୍ବାଚନ ଚିହ୍ନ ଭାବରେ ପଠାଇପାରିବେ।

The post ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ appeared first on Dharitri Odia News.