ମହିଳାମାନେ ନାଇଟ୍‌ ଡ୍ୟୁଟି କରିବା ଉଚିତ୍‌ କି? ସରକାରଙ୍କୁ କଡ଼ା ତାଗିଦ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ନାଇଟ୍‌ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ବଙ୍ଗଳା ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି। ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ନାଇଟ୍‌ ସିଫ୍ଟ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, CJI DY Chandrachud, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ମହିଳାମାନେ ରାତିରେ କାହିଁକି କାମ କରିପାରିବେ ନାହିଁ? ମହିଳା ଡାକ୍ତରଙ୍କ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଉଛି? […] The post ମହିଳାମାନେ ନାଇଟ୍‌ ଡ୍ୟୁଟି କରିବା ଉଚିତ୍‌ କି? ସରକାରଙ୍କୁ କଡ଼ା ତାଗିଦ୍‌ କଲେ ସୁପ୍ରିମକୋର୍ଟ appeared first on Dharitri Odia News.

ମହିଳାମାନେ ନାଇଟ୍‌ ଡ୍ୟୁଟି କରିବା ଉଚିତ୍‌ କି? ସରକାରଙ୍କୁ କଡ଼ା ତାଗିଦ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ନାଇଟ୍‌ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ବଙ୍ଗଳା ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି। ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ନାଇଟ୍‌ ସିଫ୍ଟ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, CJI DY Chandrachud, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ମହିଳାମାନେ ରାତିରେ କାହିଁକି କାମ କରିପାରିବେ ନାହିଁ? ମହିଳା ଡାକ୍ତରଙ୍କ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଉଛି?

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ପାଇଲଟ, ସେନା ସମେତ ସମସ୍ତ ବୃତ୍ତିରେ ମହିଳାମାନେ ରାତିରେ ସିଫ୍ଟ କରିପାରିବେ ନାହିଁ ବୋଲି କହିବା ଠିକ୍‌ ନୁହେଁ। ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକେଇବ। ସେମାନଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ କାମ। ମହିଳାମାନେ କୌଣସି ସୁବିଧା ଚାହୁଁନାହାଁନ୍ତି ସରକାରଙ୍କ ପକ୍ଷରୁ ସୁରକ୍ଷା ଚାହୁଁଛନ୍ତି । ଏଥିସହ ଉଇକିପିଡ଼ିଆରୁ ପୀଡ଼ିତାଙ୍କ ନାମ ଏବଂ ଫଟୋ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୀଡିତାଙ୍କ ପରିଚୟ କୌଣସି ରୂପରେ ପ୍ରକାଶ କରାଯିବା ଉଚିତ ନୁହେଁ। ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଏହି ମାମଲାର ପୁନଃଶୁଣାଣି କେରିବେ।

The post ମହିଳାମାନେ ନାଇଟ୍‌ ଡ୍ୟୁଟି କରିବା ଉଚିତ୍‌ କି? ସରକାରଙ୍କୁ କଡ଼ା ତାଗିଦ୍‌ କଲେ ସୁପ୍ରିମକୋର୍ଟ appeared first on Dharitri Odia News.