ନେତାନ୍ୟାହୁ, ହମାସ୍ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି
ହେଗ୍,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ, ହମାସ୍ ନେତା ୟାହୟା ସିନ୍ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍-ମସ୍ରି ଏବଂ ଇସ୍ମାଇଲ୍ ହାନିୟେହଙ୍କ ବିରୋଧରେ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ଗିରଫ ପରଓ୍ବାନା ଜାରି କରିବା ନିମନ୍ତେ ଏହାର ମୁଖ୍ୟ ପ୍ରସିକ୍ୟୁଟର ଆବେଦନ କରିଛନ୍ତି। ଗତବର୍ଷ ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ଉପରେ ଆକ୍ରମଣର ପରିଣତି ସ୍ବରୂପ ଗାଜା ଯୁଦ୍ଧ ହୋଇଥିଲା। ଆଇସିସି ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍ […] The post ନେତାନ୍ୟାହୁ, ହମାସ୍ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି appeared first on Dharitri Odia News.
ହେଗ୍,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ, ହମାସ୍ ନେତା ୟାହୟା ସିନ୍ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍-ମସ୍ରି ଏବଂ ଇସ୍ମାଇଲ୍ ହାନିୟେହଙ୍କ ବିରୋଧରେ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ଗିରଫ ପରଓ୍ବାନା ଜାରି କରିବା ନିମନ୍ତେ ଏହାର ମୁଖ୍ୟ ପ୍ରସିକ୍ୟୁଟର ଆବେଦନ କରିଛନ୍ତି। ଗତବର୍ଷ ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ଉପରେ ଆକ୍ରମଣର ପରିଣତି ସ୍ବରୂପ ଗାଜା ଯୁଦ୍ଧ ହୋଇଥିଲା। ଆଇସିସି ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍ ଏହାକୁ ଯୁଦ୍ଧ ଅପରାଧ ଓ ମାନବଜାତି ବିରୋଧରେ ଅପରାଧ ବୋଲି ଅଭିଯୋଗ କରିଛନ୍ତି। ସିନ୍ଓ୍ବାର, ହାନିୟେହ ଏବଂ ଅଲ୍ ମସ୍ରିଙ୍କ ବିରୋଧରେ ଧ୍ୱଂସସାଧନ, ହତ୍ୟା, ପଣବନ୍ଦୀ କରିବା, ବଳାତ୍କାର ଓ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗ ଲଗାଯାଇଥିବାବେଳେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ ସାଧନ, ଲୋକଙ୍କୁ କ୍ଷୁଧିତ ରଖିବା, ରିଲିଫ ସହାୟତାକୁ ଯୁଦ୍ଧପୀଡ଼ିତଙ୍କ ନିକଟରେ ପହଞ୍ଚାଇବାକୁ ନ ଦେବା ଆଦି ଅଭିଯୋଗ ହୋଇଛି। ପ୍ରଥମ ଥର ପାଇଁ ଆମେରିକାର ଘନିଷ୍ଠ ସହଯୋଗୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଗିରଫ ପରଓ୍ବାନା ଜାରି କରିବାକୁ ଯାଉଛି। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଆଇସିସି ଗିରଫ ପରଓ୍ବାନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
The post ନେତାନ୍ୟାହୁ, ହମାସ୍ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି appeared first on Dharitri Odia News.