ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମଙ୍ଗଳବାର ସକାଳୁ ଦୁର୍ବୃତ୍ତମାନେ ଜାଣିଶୁଣି ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ମୂର୍ତ୍ତି ଜାଳିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି। ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଯୁଗଳ କୁମାର ସାହୁ ବୋଲି ଜଣାପଡିଛି। ନିଆଁ ଲଗାଇ ଥିବା […] The post ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ… appeared first on Dharitri Odia News.

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମଙ୍ଗଳବାର ସକାଳୁ ଦୁର୍ବୃତ୍ତମାନେ ଜାଣିଶୁଣି ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ମୂର୍ତ୍ତି ଜାଳିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି। ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଯୁଗଳ କୁମାର ସାହୁ ବୋଲି ଜଣାପଡିଛି। ନିଆଁ ଲଗାଇ ଥିବା ଯୁଗଳ କୁମାର ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ପାଟଣାଗଡ଼ ପୋଲିସ ଯୁଗଳଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ଯାଗାରେ ବିଜୁବାବୁଙ୍କ ମୁର୍ତ୍ତି ସ୍ଥାପନ ନେଇ ବିରୋଧ ହୋଇଆସୁଥିଲା। ପୂର୍ବତନ ବିଜେଡି ବିଧାୟକ ସରୋଜ କୁମାର ମେହେର ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଥିବା ବେଲେ ଏହାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସ୍ଥାନରେ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଏକ ମାସ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣ ସମାଜ। ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପଲିଥିନ ଘୋଡାହୋଇ ରଖାଯାଇଥିଲା । ହେଲେ ମଙ୍ଗଳବାର ସକାଳେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦିଆଯାଇଥିଲା। ପାଟଣାଗଡ଼ ଏନଏସି ପକ୍ଷରୁ ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି।

The post ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ… appeared first on Dharitri Odia News.