ପୁଣି ଦେଖା ଦେବ ଆଳୁ ସଙ୍କଟ! ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା ଆଉ ୩ ଦିନ ପରେ…
ଭୁବନେଶ୍ୱର,୧୯।୮: ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ତେବେ ଆଳୁ ସଙ୍କଟ କେବେ ଦୂର ହେବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗ୍ରାହକଙ୍କୁ ଝଟକା ଦେବା ଭବି ଖବର ଆସିଛି। ରାଜ୍ୟରେ ପୁଣି ଦେଖା ଆଳୁ ସଙ୍କଟ ଦେଇପାରେ ବୋଲି କୁହାଯାଉଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଏବେ ଥିବା ଆଳୁ ୩ ଦିନ […] The post ପୁଣି ଦେଖା ଦେବ ଆଳୁ ସଙ୍କଟ! ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା ଆଉ ୩ ଦିନ ପରେ… appeared first on Dharitri Odia News.
ଭୁବନେଶ୍ୱର,୧୯।୮: ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ତେବେ ଆଳୁ ସଙ୍କଟ କେବେ ଦୂର ହେବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗ୍ରାହକଙ୍କୁ ଝଟକା ଦେବା ଭବି ଖବର ଆସିଛି। ରାଜ୍ୟରେ ପୁଣି ଦେଖା ଆଳୁ ସଙ୍କଟ ଦେଇପାରେ ବୋଲି କୁହାଯାଉଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଏବେ ଥିବା ଆଳୁ ୩ ଦିନ ଯିବ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। କାଲି ସୁଦ୍ଧା ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ।
ଅନ୍ୟପଟେ ଉତ୍ତରପ୍ରଦେଶରୁ ଟ୍ରେନ୍ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ମନ୍ତ୍ରୀଙ୍କ କହିବାନୁଯାୟୀ, ୨ଟି ଟ୍ରେନ୍ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ
The post ପୁଣି ଦେଖା ଦେବ ଆଳୁ ସଙ୍କଟ! ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା ଆଉ ୩ ଦିନ ପରେ… appeared first on Dharitri Odia News.