ଶ୍ରଦ୍ଧାରେ ଆଙ୍କିଥିଲେ ନବୀନଙ୍କ ଚିତ୍ର, ମଞ୍ଚକୁ ଡାକି ଯୁବ ଚିତ୍ରକରଙ୍କଠାରୁ ଫଟୋ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜେଡିର ସମାବେଶର ସଭାରେ ଯୁବକଙ୍କ ହାତରୁ ଫୋଟୋ ଚିତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର ଯୁବ ଚିତ୍ରକର ବିଶ୍ଵନାଥ ଦଳାଇ ନିଜ ହାତରେ ନବୀନ ପଟ୍ଟନାୟକଙ୍କ ଏକ  ଫୋଟୋ ଚିତ୍ର ଆଙ୍କିଥିଲେ। ଆଉ ବୁଧବାର କଟକ ସମାବେଶରେ ଦେବାପାଇଁ ଚେଷ୍ଟା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଜର ପଡ଼ିବା ପରେ ବିଶ୍ଵନାଥଙ୍କୁ ମଞ୍ଚ ଉପରକୁ ଡାକି ଥିଲେ। ଶେଷରେ ମଞ୍ଚ ଉପରେ ବିଶ୍ଵନାଥ, ନବୀନଙ୍କୁ ଫୋଟୋ ଚିତ୍ର ପ୍ରଦାନ କରିଥିଲେ । ଏନେଇ ବିଶ୍ବନାଥ କହିଛନ୍ତି ସେ, ରାତି ତମାମ ଏହି ଫୋଟୋ ଚିତ୍ରକୁ ନିଜ ହାତରେ ଆଙ୍କିଥିଲେ। ଏତେ ପରିଶ୍ରମ କରି ନବୀନଙ୍କ ଅବିକଳ ଚିତ୍ରକୁ ସେ ନିଜେ ଆଙ୍କିଥିଲେ ଏବଂ ନିଜେ ନବୀନ ଏହାକୁ ଗ୍ରହଣ କରିବାକୁ ନେଇ ବେଶ୍‌ ଖୁସିଥିବା କହିଛନ୍ତି। 

ଶ୍ରଦ୍ଧାରେ ଆଙ୍କିଥିଲେ ନବୀନଙ୍କ ଚିତ୍ର, ମଞ୍ଚକୁ ଡାକି ଯୁବ ଚିତ୍ରକରଙ୍କଠାରୁ ଫଟୋ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜେଡିର ସମାବେଶର ସଭାରେ ଯୁବକଙ୍କ ହାତରୁ ଫୋଟୋ ଚିତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର ଯୁବ ଚିତ୍ରକର ବିଶ୍ଵନାଥ ଦଳାଇ ନିଜ ହାତରେ ନବୀନ ପଟ୍ଟନାୟକଙ୍କ ଏକ  ଫୋଟୋ ଚିତ୍ର ଆଙ୍କିଥିଲେ। 

ଆଉ ବୁଧବାର କଟକ ସମାବେଶରେ ଦେବାପାଇଁ ଚେଷ୍ଟା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଜର ପଡ଼ିବା ପରେ ବିଶ୍ଵନାଥଙ୍କୁ ମଞ୍ଚ ଉପରକୁ ଡାକି ଥିଲେ। ଶେଷରେ ମଞ୍ଚ ଉପରେ ବିଶ୍ଵନାଥ, ନବୀନଙ୍କୁ ଫୋଟୋ ଚିତ୍ର ପ୍ରଦାନ କରିଥିଲେ । 


ଏନେଇ ବିଶ୍ବନାଥ କହିଛନ୍ତି ସେ, ରାତି ତମାମ ଏହି ଫୋଟୋ ଚିତ୍ରକୁ ନିଜ ହାତରେ ଆଙ୍କିଥିଲେ। ଏତେ ପରିଶ୍ରମ କରି ନବୀନଙ୍କ ଅବିକଳ ଚିତ୍ରକୁ ସେ ନିଜେ ଆଙ୍କିଥିଲେ ଏବଂ ନିଜେ ନବୀନ ଏହାକୁ ଗ୍ରହଣ କରିବାକୁ ନେଇ ବେଶ୍‌ ଖୁସିଥିବା କହିଛନ୍ତି।