ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ
ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ, ମହିଳା ସମିତି ସଭାପତି କ୍ରିଷ୍ଣା ଦେବୀ ଅଗ୍ରୱାଲ ଓ ସମ୍ପାଦିକା ଏନୀ ଅଗ୍ରୱାଲ ଯୋଗଦେଇଥିଲେ। ଅତିଥି ମାନେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଯୁବାମଞ୍ଚର ନୂତନ ଟିମକୁ ଉତ୍ସାହିତ […] The post ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ appeared first on Dharitri Odia News.
ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ, ମହିଳା ସମିତି ସଭାପତି କ୍ରିଷ୍ଣା ଦେବୀ ଅଗ୍ରୱାଲ ଓ ସମ୍ପାଦିକା ଏନୀ ଅଗ୍ରୱାଲ ଯୋଗଦେଇଥିଲେ। ଅତିଥି ମାନେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଯୁବାମଞ୍ଚର ନୂତନ ଟିମକୁ ଉତ୍ସାହିତ କରିବା ସହ ଆଗକୁ କେମିତି ସମାଜର ଉନ୍ନତି ହେବ ସେ ନେଇ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ଭାବେ ନିର୍ବାଚିତ ମାରୱାଡି ଯୁବାମଞ୍ଚର ସଭାପତି ନିତିନ ଅଗ୍ରୱାଲ, ଉପ ସଭାପତି ପ୍ରଭାତ ଅଗ୍ରୱାଲ, ସମ୍ପାଦକ ଆଶିଷ ଅଗ୍ରୱାଲ, ସହ ସମ୍ପାଦକ ଅତୁଲ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଅମିତ କୁମାର ଗର୍ଗ ଓ ଅନ୍ୟ ବିଭାଗର ସଦସ୍ୟ ମାନଙ୍କୁ ଫୁଳତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ୪୫ ବର୍ଷରୁ ଅଧିକ ଥିବା ଯୁବା ମଞ୍ଚର ପୂର୍ବତନ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ, ୧୮ ବର୍ଷର ଅଧିକ ଥିବା ନୂତନ ସଦସ୍ୟଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭଜନ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଆଶିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାରୱାଡି ସମାଜ, ମହିଳା ସମିତି ଓ ଯୁବାମଞ୍ଚର ସମସ୍ତ ସଦସ୍ୟ/ସଦସ୍ୟା ଯୋଗଦାନ କରିଥିଲେ।
The post ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ appeared first on Dharitri Odia News.