କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ

ନଏଡା, ୧୭।୧୨: ଉତ୍ତରପ୍ରଦେଶର ନଏଡା ଅଥରିଟି କାର୍ଯ୍ୟାଳୟ ଅନ୍ତର୍ଗତ ଆବାସିକ ପ୍ଲଟ୍‌ ବିଭାଗରେ ଏକ ବୃଦ୍ଧ ଦମ୍ପତିଙ୍କ କାମ ଠିକ୍‌ ଭାବେ ନ କରିବାରୁ ବିଭାଗର ସମସ୍ତ କର୍ମଚାରୀଙ୍କୁ ୩୦ ମିନିଟ ଧରି ଠିଆହୋଇ କାମ କରିବା ଦଣ୍ଡ ଦିଆଯାଇଛି। ମଙ୍ଗଳବାର ଉକ୍ତ ବୃଦ୍ଧ ଦମ୍ପତି ନିଜ ଘର ସମ୍ବନ୍ଧୀୟ ଏକ ଫାଇଲରେ ଅଧିକାରୀଙ୍କ ସ୍ବାକ୍ଷର ନିମନ୍ତେ ନଏଡା ଅଥରିଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଆବାସିକ ପ୍ଲଟ୍‌ ବିଭାଗରେ ନିଜ ସମସ୍ୟା ଜଣାଇଥିଲେ ମଧ୍ୟ ଏହାର ତୁରନ୍ତ ସମାଧାନ […] The post କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ appeared first on Dharitri Odia News.

କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ

ନଏଡା, ୧୭।୧୨: ଉତ୍ତରପ୍ରଦେଶର ନଏଡା ଅଥରିଟି କାର୍ଯ୍ୟାଳୟ ଅନ୍ତର୍ଗତ ଆବାସିକ ପ୍ଲଟ୍‌ ବିଭାଗରେ ଏକ ବୃଦ୍ଧ ଦମ୍ପତିଙ୍କ କାମ ଠିକ୍‌ ଭାବେ ନ କରିବାରୁ ବିଭାଗର ସମସ୍ତ କର୍ମଚାରୀଙ୍କୁ ୩୦ ମିନିଟ ଧରି ଠିଆହୋଇ କାମ କରିବା ଦଣ୍ଡ ଦିଆଯାଇଛି। ମଙ୍ଗଳବାର ଉକ୍ତ ବୃଦ୍ଧ ଦମ୍ପତି ନିଜ ଘର ସମ୍ବନ୍ଧୀୟ ଏକ ଫାଇଲରେ ଅଧିକାରୀଙ୍କ ସ୍ବାକ୍ଷର ନିମନ୍ତେ ନଏଡା ଅଥରିଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଆବାସିକ ପ୍ଲଟ୍‌ ବିଭାଗରେ ନିଜ ସମସ୍ୟା ଜଣାଇଥିଲେ ମଧ୍ୟ ଏହାର ତୁରନ୍ତ ସମାଧାନ ହୋଇପାରି ନ ଥିଲା। ପ୍ରାୟ ୫୦ ମିନିଟ୍‌ ଧରି ବୃଦ୍ଧ ଦମ୍ପତି ନିଜ କାର୍ଯ୍ୟ ପୂରଣ ନିମନ୍ତେ ଠିଆହୋଇ ରହିଥିଲେ।

ନଏଡା ଅଥରଟି କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଲୋକେଶ ଏମ୍‌. ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଉକ୍ତ ବୃଦ୍ଧ ଦମ୍ପତି ଦୀର୍ଘ ସମୟ ଧରି ଫାଇଲ ସହ ଠିଆ ହୋଇଥିବାର ଲକ୍ଷ୍ୟ କରିଥିଲେ। ତେଣୁ ସେ ତୁରନ୍ତ ବୃଦ୍ଧ ଦମ୍ପତିଙ୍କ ସମସ୍ୟାର ସମାଧାନ ପାଇଁ ଆବାସିକ ପ୍ଲଟ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାପରେ ମଧ୍ୟ ବୃଦ୍ଧ ଦମ୍ପତିଙ୍କ ସମସ୍ୟାର ସମାଧାନ ହୋଇ ନ ଥିଲା। ୧୫ରୁ ୨୦ ମିନିଟ୍‌ ପରେ ଲୋକେଶ ପୁଣି ଥରେ ସିସିଟିଭି ଯାଞ୍ଚ କରିଥିଲେ। ସେତେବେଳେ ମଧ୍ୟ ବୃଦ୍ଧ ଦମ୍ପତି ଠିଆହୋଇ ରହିଥିଲେ।

ଏଥିରେ କ୍ଷୁବ୍ଧ ହୋଇ ଲୋକେଶ ଆବାସିକ ପ୍ଲଟ ବିଭାଗରେ ପହଞ୍ଚି କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀମାନଙ୍କୁ ତାଗିଦ କରିଥିଲେ। ଦଣ୍ଡସ୍ବରୂପ ବିଭାଗର ସମସ୍ତ କର୍ମଚାରୀଙ୍କୁ ସେ ୩୦ ମିନିଟ୍‌ ଧରି ଠିଆହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଠିଆହୋଇ କାମ କଲେ ସମସ୍ତ କର୍ମଚାରୀ ବୟସ୍କ ଲୋକଙ୍କ ସମସ୍ୟାକୁ ବୁଝିପାରିବେ ବୋଲି ଲୋକେଶ କହିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ appeared first on Dharitri Odia News.