ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା

ମଙ୍ଗୁଳି-ଜଗତପୁର/ଚୌଦ୍ୱାର,୪ା୯ (ମାନସ ସାମଲ/ଆଶୁତୋଷ ଦାସ):ଚୌଦ୍ୱାର-କଟକ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ତଥା ଚୌଦ୍ୱାର ନଗର ବିଜେଡିର ପୂର୍ବତନ ସଭାପତି ବିଷ୍ଣୁ ଚରଣ ପରିଡ଼ା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ଏ ସମ୍ପର୍କରେ ପରିଡ଼ା କହିଛନ୍ତି, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ତାଙ୍କୁ ଦଳରେ ସାମିଲ କରି ପ୍ରାଥମିକ ସଭ୍ୟ ଭାବେ ଗ୍ରହଣ କରିଥିଲେ। ୨୦୦୯ରେ […] The post ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା appeared first on Dharitri Odia News.

ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା

ମଙ୍ଗୁଳି-ଜଗତପୁର/ଚୌଦ୍ୱାର,୪ା୯ (ମାନସ ସାମଲ/ଆଶୁତୋଷ ଦାସ):ଚୌଦ୍ୱାର-କଟକ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ତଥା ଚୌଦ୍ୱାର ନଗର ବିଜେଡିର ପୂର୍ବତନ ସଭାପତି ବିଷ୍ଣୁ ଚରଣ ପରିଡ଼ା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ଏ ସମ୍ପର୍କରେ ପରିଡ଼ା କହିଛନ୍ତି, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ତାଙ୍କୁ ଦଳରେ ସାମିଲ କରି ପ୍ରାଥମିକ ସଭ୍ୟ ଭାବେ ଗ୍ରହଣ କରିଥିଲେ। ୨୦୦୯ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ତାଙ୍କୁ ଜିଲା ଯୁବ ବିଜେଡି ସଭାପତି ଦାୟିତ୍ୱ ଦେଇଥିଲେ। ଦଳୀୟ ସଙ୍ଗଠନ ସୁଚାରୁରୂପେ ପରିଚାଳନା କରିଥିବାରୁ ୨୦୧୩ରେ ତାଙ୍କୁ ଚୌଦ୍ୱାର ନଗର ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଥିଲା। ଏଥିସହ ଚୌଦ୍ୱାର ପୌରପାଳିକାର ୧ନମ୍ବର ଓ୍ବାର୍ଡରେ କାଉନ୍‌ସିଲର ପଦବୀ ପାଇଁ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ। ଏହାପରେ ସେ ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ପ୍ରତିନିଧି ହୋଇଥିଲେ। ହେଲେ ଦଳରେ ମତଭେଦ ଦେଖାଦେବା ସହ ପଦ ପଦବୀର କିଛି ମୂଲ୍ୟ ନ ଥିବା ଅନୁଭବ କରି ଗତ ଜାନୁୟାରୀ ୧୬ରେ ଚୌଦ୍ୱାର ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ସେ ଇସ୍ତଫା ଦେଇଥିଲେ। ଖୁବ୍‌ଶୀଘ୍ର ସେ ଭାଜପାରେ ଯୋଗଦେଇପାରନ୍ତି।

The post ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା appeared first on Dharitri Odia News.