୫ ମହିଳା ଚେସ୍ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ
ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍) ଭାନ୍ତିକା ଅଗ୍ରଓ୍ବାଲଙ୍କ ବ୍ୟତୀତ ଅନ୍ୟ ୪ଜଣ ଉଦୀୟମାନ ଚେସ୍ ଖେଳାଳି ୧କୋଟି ଟଙ୍କାର ଫେଲୋଶିପ୍ ଅନୁଦାନ ପାଇବା ପାଇଁ ମନୋନୀତ କରିଛି। ୬୪ ସ୍କୋୟାର୍ସ ହେଉଛି ହାଇଦ୍ରାବାଦସ୍ଥିତ ପ୍ରଭାହ ଫାଉଣ୍ଡେଶନ ଏବଂ ଚେସ୍ ଷ୍ଟାର୍ଟଅପ୍ ଏମ୍ଜିଢି-୧ର ଏକ ମିଳିତ ପ୍ରୟାସ। ଉପକୃତ ହେବାକୁଥିବା ୫ ଖେଳାଳି ହେଲେ ଆଇଏମ୍ ଭାନ୍ତିକା, ଡବ୍ଲ୍ୟୁଏଫ୍ଏମ୍ ଶୁଭି […] The post ୫ ମହିଳା ଚେସ୍ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ appeared first on Dharitri Odia News.
ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍) ଭାନ୍ତିକା ଅଗ୍ରଓ୍ବାଲଙ୍କ ବ୍ୟତୀତ ଅନ୍ୟ ୪ଜଣ ଉଦୀୟମାନ ଚେସ୍ ଖେଳାଳି ୧କୋଟି ଟଙ୍କାର ଫେଲୋଶିପ୍ ଅନୁଦାନ ପାଇବା ପାଇଁ ମନୋନୀତ କରିଛି।
୬୪ ସ୍କୋୟାର୍ସ ହେଉଛି ହାଇଦ୍ରାବାଦସ୍ଥିତ ପ୍ରଭାହ ଫାଉଣ୍ଡେଶନ ଏବଂ ଚେସ୍ ଷ୍ଟାର୍ଟଅପ୍ ଏମ୍ଜିଢି-୧ର ଏକ ମିଳିତ ପ୍ରୟାସ। ଉପକୃତ ହେବାକୁଥିବା ୫ ଖେଳାଳି ହେଲେ ଆଇଏମ୍ ଭାନ୍ତିକା, ଡବ୍ଲ୍ୟୁଏଫ୍ଏମ୍ ଶୁଭି ଗୁପ୍ତା, ଡବ୍ଲ୍ୟୁଏଫ୍ଏମ୍ ଚାର୍ଭି ଅନିଲକୁମାର ଏବଂ ଉଦୀୟମାନ ପ୍ରତିଭା ଡବ୍ଲ୍ୟୁଆଇଏମ୍ ସାରାୟୁ ଭେଲପୁଲା ଓ ଡବ୍ଲୁଆଏଇଏମ୍ ସାହିଥି ଭାର୍ଷିନୀ।
ଫେଲୋଶିପ୍ ଅନୁଦାନ ଏହି ଖେଳାଳିମାନଙ୍କ ଏକ ବର୍ଷ ପାଇଁ ଟ୍ରେନିଂ, ଟୁର୍ନାମେଣ୍ଟରେ ଅଂଶଗ୍ରହଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବ୍ୟୟ ପରାଯିବ। ଏମାନଙ୍କ ମଧ୍ୟରୁ ପୂର୍ବରୁ ଅର୍ଜୁନ ପୁରସ୍କାର ବିଜେତା ଭାନ୍ତିକା ୨୦୨୩ରେ ସହାୟତା ପାଇଥିଲେ।
ଏହାପରେ ସେ ଇଣ୍ଟରନ୍ୟାଶନାଲ ମାଷ୍ଟର ଟାଇଟଲ ହାସଲ କରିଥିଲେ। ଦେଶ ପାଇଁ ସେ ଅନେକ ସମ୍ମାନ ଆଣି ଦେଇଛନ୍ତି। ୨୦୨୪ରେଚେସ୍ ଅଲିମ୍ପିଆଡ୍ରେ ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଫେଲୋଶିପ୍ ଅନୁଦାନ ସହାୟତାରେ ସମ୍ମାନଜନକ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ପରେ ଭାନ୍ତିକା ପୁଣି ସୁଯୋଗ ପାଇବା ପାଇଁ ପୁଣି ମନୋନୀତ ହୋଇଛନ୍ତି।
The post ୫ ମହିଳା ଚେସ୍ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ appeared first on Dharitri Odia News.