ଟନ୍ ଟନ୍ କଳାହୀରା ଖୋଳି ନେଉଛି କେନ୍ଦ୍ର, ଟିକସ ନାଁରେ ଓଡ଼ିଶାକୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କୋଇଲା ନଗରୀ ତାଳଚେର। କୋଇଲା ପାଇଁ ବିଶ୍ଵ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏ... The post ଟନ୍ ଟନ୍ କଳାହୀରା ଖୋଳି ନେଉଛି କେନ୍ଦ୍ର, ଟିକସ ନାଁରେ ଓଡ଼ିଶାକୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ appeared first on .

ଟନ୍ ଟନ୍ କଳାହୀରା ଖୋଳି ନେଉଛି କେନ୍ଦ୍ର, ଟିକସ ନାଁରେ ଓଡ଼ିଶାକୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କୋଇଲା ନଗରୀ ତାଳଚେର। କୋଇଲା ପାଇଁ ବିଶ୍ଵ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏ ସହର। ଏମସିଏଲ କୋଇଲା ଉତ୍ତୋଳନ କରି ଦେଶ ବିଦେଶକୁ ରପ୍ତାନୀ କରୁଛି। କିନ୍ତୁ ଓଡ଼ିଶା ଭଳି ରାଜ୍ୟ ଦୈନିକ କୋଟି କୋଟି ଟଙ୍କାର ରାଜସ୍ବ ଦେଇ ମଧ୍ୟ ପାଉଛି ସାମାନ୍ୟ। ପ୍ରତି ଟନ କୋଇଲାରୁ କେନ୍ଦ୍ର ୪ ଶହ ଟଙ୍କା ନେଉଥିବା ବେଳେ ରାଜ୍ୟ ପାଉଛି ୭ ଟଙ୍କା । ପୂର୍ବରୁ ବିଜେଡି ଏନେଇ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲା।

କଳାହୀରା ସହର କୁହାଯାଉଥିବା ତାଳଚେର ଏବେ କେବଳ ନାଁରେ ସୀମିତ । କଳା ପାଉଛି ରାଜ୍ୟ କିନ୍ତୁ ହୀରା ନେଇଯାଉଛି କେନ୍ଦ୍ର । କୋଇଲା ଉତ୍ତୋଳନ ଏବଂ ପରିବହନ ପାଇଁ ତାଳଚେରବାସୀ ତଥା ଆଖପାଖ ଅଞ୍ଚଳର ଜନସାଧାରଣ ବେଶ୍ ହନ୍ତସନ୍ତ ହେଉଥିବା ବେଳେ ଟିକସ ପ୍ରଦାନରେ ରାଜ୍ୟକୁ ଉପେକ୍ଷା କାରଣରୁ ବଢୁଛି ଅସନ୍ତୋଷ । ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟକ କୋଇଲା ଟ୍ରକ୍ ଯାତାୟାତ ଦ୍ଵାରା ବିଗୁଡୁଛି ଜାତୀୟ ରାଜପଥର ଅବସ୍ଥା । ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଗଡୁଛି ମୁଣ୍ଡ । ଏତେସବୁ ପରେ ବି ରାଜ୍ୟର ସ୍ବାର୍ଥ ତଥା ଉନ୍ନତି ପାଇଁ ସବୁ ଅସୁବିଧାକୁ ମୁଣ୍ଡ ପାତି ସହିଯାଉଛନ୍ତି ଅଞ୍ଚଳବାସୀ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ କରୁଛି ପ୍ରତାରଣା କରୁଥିବା ନେଇ ଅଭିଯୋଗ ହୋଇଛି। କାରଣ ପ୍ରତି ଟନରେ କେନ୍ଦ୍ର ୪ ଶହ ଟଙ୍କା ନେଉଥିବା ବେଳେ ରାଜ୍ୟ ପାଉଛି ମାତ୍ର ୭ ଟଙ୍କା। ପୂର୍ବରୁ ବିଜେଡି ଏନେଇ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି।

ରାଜଭାଗ ବା ରୟାଲଟି ଟିକସ ନୁହେଁ । ରାଜ୍ୟ ସରକାର ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିପାରିବେ । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଓଡ଼ିଶା ପରି ଖଣିଜ ସଂପଦ ସମୃଦ୍ଧ ରାଜ୍ୟଗୁଡ଼ିକ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ବଳରେ ଓଡ଼ିଶା ରାଜକୋଷକୁ ପ୍ରତିବର୍ଷ ଅନ୍ୟୂନ ୧୦ ହଜାର କୋଟି ଟଙ୍କା ଅଧିକ ରାଜସ୍ବ ଆସିବ ବୋଲି ଆକଳନ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ସରକାର ତତକ୍ଷଣାତ୍ ଏ ସଂକ୍ରାନ୍ତରେ ପଦକ୍ଷେପ ନେଇଛନ୍ତି । କୋଇଲା ଏବଂ ଅନ୍ୟ ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିଛନ୍ତି । ମାତ୍ର ନୂଆ ଡବଲ ଇଞ୍ଜିନ ସରକାର ଏ ଦିଗରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

 

The post ଟନ୍ ଟନ୍ କଳାହୀରା ଖୋଳି ନେଉଛି କେନ୍ଦ୍ର, ଟିକସ ନାଁରେ ଓଡ଼ିଶାକୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ appeared first on .