ମୋ ସ୍ୱାମୀଙ୍କୁ ମାରିଦେବାକୁ ଚାହୁଁଛନ୍ତି: ଅରବିନ୍ଦ କେଜରିୱାଲ୍‌ ପତ୍ନୀଙ୍କ ସାଂଘାତିକ ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିରେ ଇଣ୍ଡିଆ ମେଣ୍ଟ ଦ୍ୱାରା ଆୟୋଜିତ ବିଶାଳ ରାଲିରେ ସମ୍ବୋଧନ କରି ବଡ଼ ଅଭିଯୋଗ ଆଣିଛନ୍ତି କେଜରିୱାଲ୍‌ଙ୍କ ପତ୍ନୀ ସୁନୀତ କେଜରିୱାଲ୍। ଉଲଗୁଲାନ ନ୍ୟାୟ ରାଲିରେ ଯୋଗ ଦେଇ ସନୀତା କହିଛନ୍ତି ଯେ ତାଙ୍କ ସ୍ୱାମୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଜେଲ୍‌ରେ ମାରିଦେବାକୁ ଷଡ଼ଯନ୍ତ୍ର ରଚାଯାଉଛି। ତାଙ୍କର ପ୍ରତ୍ୟେକ ଖାଦ୍ୟ ସିସିଟିଭି ଛାନ୍‌ଭିନ୍‌ରେ ରହୁଛି। ତାଙ୍କ ଖାଇବା ଚେକ୍ କରିବାକୁ ସିସିଟିଭି ଲଗାଯାଇଛି ବୋଲି ସୁନୀତା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି “ସେମାନେ ମୋ ସ୍ୱାମୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ମାରିଦେବାକୁ ଚାହୁଁଛନ୍ତି। ତାଙ୍କ ଖାଦ୍ୟ କ୍ୟାମେରା ନଜରରେ ରହୁଛି। ତାଙ୍କୁ ଇନ୍‌ସୁଲିନ୍‌ ନେବାକୁ ଦିଆଯାଉନି। ମୋ ସ୍ୱାମୀ ସୁଗାର ରୋଗୀ ହୋଇଥିବାରୁ ସେ ଦୀର୍ଘ ୧୨ ବର୍ଷ ହେବ ଇନ୍‌ସୁଲିନ ନେଉଛନ୍ତି। ସେ ଦୈନିକ ୫୦ ୟୁନିଟ୍ ଇନ୍‌ସୁଲିନ ନିଅନ୍ତି।” ସୁନୀତା ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ଜନସେବା କରିବାରୁ ତାଙ୍କୁ ଜେଲ୍‌ରେ ରଖାଯାଇଛି। ଆମେ ଏକଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରିବୁ ଓ ଜିତିବୁ। ଜେଲ୍‌ରେ ଗେଟ୍ ଭାଙ୍ଗିବ। ଅରବିନ୍ଦ କେଜରିୱାଲ୍ ଓ ହେମନ୍ତ ସୋରେନ୍ ବାହାରକୁ ଆସିବେ ବୋଲି ସୁନୀତ କହିଛନ୍ତି।  

ମୋ ସ୍ୱାମୀଙ୍କୁ ମାରିଦେବାକୁ ଚାହୁଁଛନ୍ତି: ଅରବିନ୍ଦ କେଜରିୱାଲ୍‌ ପତ୍ନୀଙ୍କ ସାଂଘାତିକ ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିରେ ଇଣ୍ଡିଆ ମେଣ୍ଟ ଦ୍ୱାରା ଆୟୋଜିତ ବିଶାଳ ରାଲିରେ ସମ୍ବୋଧନ କରି ବଡ଼ ଅଭିଯୋଗ ଆଣିଛନ୍ତି କେଜରିୱାଲ୍‌ଙ୍କ ପତ୍ନୀ ସୁନୀତ କେଜରିୱାଲ୍। ଉଲଗୁଲାନ ନ୍ୟାୟ ରାଲିରେ ଯୋଗ ଦେଇ ସନୀତା କହିଛନ୍ତି ଯେ ତାଙ୍କ ସ୍ୱାମୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଜେଲ୍‌ରେ ମାରିଦେବାକୁ ଷଡ଼ଯନ୍ତ୍ର ରଚାଯାଉଛି। ତାଙ୍କର ପ୍ରତ୍ୟେକ ଖାଦ୍ୟ ସିସିଟିଭି ଛାନ୍‌ଭିନ୍‌ରେ ରହୁଛି। ତାଙ୍କ ଖାଇବା ଚେକ୍ କରିବାକୁ ସିସିଟିଭି ଲଗାଯାଇଛି ବୋଲି ସୁନୀତା ଅଭିଯୋଗ କରିଛନ୍ତି। 

ସେ ଅଭିଯୋଗ କରି କହିଛନ୍ତି “ସେମାନେ ମୋ ସ୍ୱାମୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ମାରିଦେବାକୁ ଚାହୁଁଛନ୍ତି। ତାଙ୍କ ଖାଦ୍ୟ କ୍ୟାମେରା ନଜରରେ ରହୁଛି। ତାଙ୍କୁ ଇନ୍‌ସୁଲିନ୍‌ ନେବାକୁ ଦିଆଯାଉନି। ମୋ ସ୍ୱାମୀ ସୁଗାର ରୋଗୀ ହୋଇଥିବାରୁ ସେ ଦୀର୍ଘ ୧୨ ବର୍ଷ ହେବ ଇନ୍‌ସୁଲିନ ନେଉଛନ୍ତି। ସେ ଦୈନିକ ୫୦ ୟୁନିଟ୍ ଇନ୍‌ସୁଲିନ ନିଅନ୍ତି।” 

ସୁନୀତା ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ଜନସେବା କରିବାରୁ ତାଙ୍କୁ ଜେଲ୍‌ରେ ରଖାଯାଇଛି। ଆମେ ଏକଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରିବୁ ଓ ଜିତିବୁ। ଜେଲ୍‌ରେ ଗେଟ୍ ଭାଙ୍ଗିବ। ଅରବିନ୍ଦ କେଜରିୱାଲ୍ ଓ ହେମନ୍ତ ସୋରେନ୍ ବାହାରକୁ ଆସିବେ ବୋଲି ସୁନୀତ କହିଛନ୍ତି।