ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ, ଦେଲେ ଗଛଟିଏ ଲଗାଇ ମାଆ ପରି ଯତ୍ନ ନେବାର ବାର୍ତ୍ତା
ବଲାଙ୍ଗିର: ବଲାଙ୍ଗିର ଉପଖଣ୍ଡ ମିର୍ଦ୍ଧପାଲି ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷାରୋପଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପରିବେଶ ସହ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ନିଭାଇଥାଏ ବୃକ୍ଷ। ଏହି ବୃକ୍ଷ ହେଉଛି ମାଆ ପରି। ଆମେ ଯେମିତି ମାଆକୁ ଭଲ ପାଉ ସେହି ମାଆ ପାଇଁ ଗୋଟିଏ ଗଛ ଲଗାଇବା। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ୧୩ ଲକ୍ଷରୁ ଅଧିକ ଗଛ ଲଗାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ବଲାଙ୍ଗିର ବନ ବିଭାଗ ବିଭିନ୍ନ ସ୍ଥାନରେ ବନ ମହୋତ୍ସବର ଆୟୋଜନ କରୁଛନ୍ତି। ଯାହାଦ୍ବାରା ଲୋକେ ସଚେତନ ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏଥିରେ ବଲାଙ୍ଗିର ଜିଲ୍ଲାପାଳ ସହ ବନବିଭାଗ ଆରସିସିଏଫ୍, ବନ ଅଧିକାରୀଙ୍କ ସହ ବହୁ ଜନସାଧାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ସିଆରପିଏଫ୍ କମାଣ୍ଟାଣ୍ଟ ଯୋଗ ଦେଇଥିଲେ।
ବଲାଙ୍ଗିର: ବଲାଙ୍ଗିର ଉପଖଣ୍ଡ ମିର୍ଦ୍ଧପାଲି ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷାରୋପଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପରିବେଶ ସହ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ନିଭାଇଥାଏ ବୃକ୍ଷ। ଏହି ବୃକ୍ଷ ହେଉଛି ମାଆ ପରି। ଆମେ ଯେମିତି ମାଆକୁ ଭଲ ପାଉ ସେହି ମାଆ ପାଇଁ ଗୋଟିଏ ଗଛ ଲଗାଇବା।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ୧୩ ଲକ୍ଷରୁ ଅଧିକ ଗଛ ଲଗାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ବଲାଙ୍ଗିର ବନ ବିଭାଗ ବିଭିନ୍ନ ସ୍ଥାନରେ ବନ ମହୋତ୍ସବର ଆୟୋଜନ କରୁଛନ୍ତି। ଯାହାଦ୍ବାରା ଲୋକେ ସଚେତନ ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏଥିରେ ବଲାଙ୍ଗିର ଜିଲ୍ଲାପାଳ ସହ ବନବିଭାଗ ଆରସିସିଏଫ୍, ବନ ଅଧିକାରୀଙ୍କ ସହ ବହୁ ଜନସାଧାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ସିଆରପିଏଫ୍ କମାଣ୍ଟାଣ୍ଟ ଯୋଗ ଦେଇଥିଲେ।