ଲୋକସଭା ରେଜଲ୍ଟ ପୂର୍ବରୁ ଜୁନ୍ ୨ରେ ଆସିବ ଅରୁଣାଚଳ ପ୍ରଦେଶ-ସିକ୍କିମ ବିଧାନସଭା ଫଳାଫଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାତ ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଜୁନ୍ ୪ରେ ମତଗଣନା ହେବ । ପୂର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ପରିଣାମ ଲୋକସଭା ନିର୍ବାଚନ ରେଜଲ୍ଟର ଦୁଇ ଦିନ ପୂର୍ବରୁ ରବିବାର ଜୁନ୍ ୨ରେ ଘୋଷଣା କରାଯିବ । ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ଆସନ ଏବଂ ସିକ୍କିମ ୩୨ ଆସନ ପାଇଁ ଏପ୍ରିଲ୍ ୧୯ରେ ଭୋଟିଂ ହୋଇଥିଲା ।ଅରୁଣାଚଳ ପ୍ରଦେଶରେ ଲୋକସଭା ପାଇଁ ମତଗଣନା ଜୁନ୍ ୪ରେ ହେବାକୁ ଥିବା ବେଳେ ବିଧାନସଭା ପାଇଁ ଜୁନ୍ ୨ରେ ମତଗଣନା କରାଯିବ । ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ ପୂର୍ବୋତ୍ତର ଏହି ଦୁଇ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଜୁନ୍ ୨ରେ ଶେଷ ହେବ । ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ଆସନ ରହିଛି, କିନ୍ତୁ ଭୋଟିଂ କେବଳ ୫୦ ଆସନରେ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ସୀମ ଚୋଭା ମୀନଙ୍କ ସମେତ ବିଜେପିର ୧୦ ପ୍ରାର୍ଥୀ ନିଜ ଆସନରେ ନିର୍ବିରୋଧରେ ନିର୍ବାଚନ ଜିତିଛନ୍ତି ।ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ଦୁଇ ପ୍ରମୁଖ ଦଳ । ବିଜେପି ସମସ୍ତ ୬୦ ଆସନରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କେବଳ ୧୯ ଆସନରେ ପ୍ରାର୍ଥୀ ଦେଇଛି । ଅନ୍ୟ ଆସନରେ ଏନପିପି ଏବଂ ଏନସିପି ପ୍ରାର୍ଥୀ ଓହ୍ଲାଇଛି । ସେହିପରି ସିକ୍କିମରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ

ଲୋକସଭା ରେଜଲ୍ଟ ପୂର୍ବରୁ ଜୁନ୍ ୨ରେ ଆସିବ ଅରୁଣାଚଳ ପ୍ରଦେଶ-ସିକ୍କିମ ବିଧାନସଭା ଫଳାଫଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାତ ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଜୁନ୍ ୪ରେ ମତଗଣନା ହେବ । ପୂର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ପରିଣାମ ଲୋକସଭା ନିର୍ବାଚନ ରେଜଲ୍ଟର ଦୁଇ ଦିନ ପୂର୍ବରୁ ରବିବାର ଜୁନ୍ ୨ରେ ଘୋଷଣା କରାଯିବ । ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ଆସନ ଏବଂ ସିକ୍କିମ ୩୨ ଆସନ ପାଇଁ ଏପ୍ରିଲ୍ ୧୯ରେ ଭୋଟିଂ ହୋଇଥିଲା ।

ଅରୁଣାଚଳ ପ୍ରଦେଶରେ ଲୋକସଭା ପାଇଁ ମତଗଣନା ଜୁନ୍ ୪ରେ ହେବାକୁ ଥିବା ବେଳେ ବିଧାନସଭା ପାଇଁ ଜୁନ୍ ୨ରେ ମତଗଣନା କରାଯିବ । ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ ପୂର୍ବୋତ୍ତର ଏହି ଦୁଇ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଜୁନ୍ ୨ରେ ଶେଷ ହେବ । ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ଆସନ ରହିଛି, କିନ୍ତୁ ଭୋଟିଂ କେବଳ ୫୦ ଆସନରେ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ସୀମ ଚୋଭା ମୀନଙ୍କ ସମେତ ବିଜେପିର ୧୦ ପ୍ରାର୍ଥୀ ନିଜ ଆସନରେ ନିର୍ବିରୋଧରେ ନିର୍ବାଚନ ଜିତିଛନ୍ତି ।

ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ଦୁଇ ପ୍ରମୁଖ ଦଳ । ବିଜେପି ସମସ୍ତ ୬୦ ଆସନରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କେବଳ ୧୯ ଆସନରେ ପ୍ରାର୍ଥୀ ଦେଇଛି । ଅନ୍ୟ ଆସନରେ ଏନପିପି ଏବଂ ଏନସିପି ପ୍ରାର୍ଥୀ ଓହ୍ଲାଇଛି । ସେହିପରି ସିକ୍କିମରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି ।