ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ସୋମବାର ଏହି ମାମଲାର ଚାର୍ଜସିଟ୍‌ ସିବିଆଇ ଦାଖଲ କରିଛି। ସିବିଆଇ ସୂତ୍ର ଅନୁଯାୟୀ, ପ୍ରାୟ ୨୦୦ ଜଣଙ୍କ ବିବୃତ୍ତି ଏହି ମାମଲାରେ ଚାର୍ଜସିଟରେ ରେକର୍ଡ କରାଯାଇଛି। ଏହି ମାମଲାର ରହସ୍ୟ ସମାଧାନ କରୁଥିବାବେଳେ ସିବିଆଇ ପୂର୍ବରୁ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ହତ୍ୟା ଏବଂ ବଳାତ୍କାରର ମୁଖ୍ୟ ଅଭିଯୁକ୍ତ […] The post ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ appeared first on Dharitri Odia News.

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ସୋମବାର ଏହି ମାମଲାର ଚାର୍ଜସିଟ୍‌ ସିବିଆଇ ଦାଖଲ କରିଛି।
ସିବିଆଇ ସୂତ୍ର ଅନୁଯାୟୀ, ପ୍ରାୟ ୨୦୦ ଜଣଙ୍କ ବିବୃତ୍ତି ଏହି ମାମଲାରେ ଚାର୍ଜସିଟରେ ରେକର୍ଡ କରାଯାଇଛି। ଏହି ମାମଲାର ରହସ୍ୟ ସମାଧାନ କରୁଥିବାବେଳେ ସିବିଆଇ ପୂର୍ବରୁ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ହତ୍ୟା ଏବଂ ବଳାତ୍କାରର ମୁଖ୍ୟ ଅଭିଯୁକ୍ତ ବୋଲି କହିଛି।
ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ଘଟିଥିଲା। ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଘଟଣାକୁ ବିରୋଧ କରି ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ପୋଲିସ ଗିରଫ କରିଥିଲା।

The post ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ appeared first on Dharitri Odia News.