PM Awas Yojana ରେ ଆସିଲା ବଡ଼ ଅପଡେଟ୍, ଏଣିକି ମହିଳାଙ୍କୁ ମିଳିବ ଘର
ନୂଆଦିଲ୍ଲୀ,୧୨।୨: ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟର ଲୋକମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏବେ ମୋଦି ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପୁରୁଷ ନୁହେଁ ମହିଳାଙ୍କ ନାମରେ ଘର କିଣିବାକୁ ପଡିବ। ତେବେ ହିଁ ଆପଣ ଯୋଜନାର ଲାଭ ଉଠାଇପାରିବେ। ମହିଳାମାନଙ୍କର ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣକୁ […] The post PM Awas Yojana ରେ ଆସିଲା ବଡ଼ ଅପଡେଟ୍, ଏଣିକି ମହିଳାଙ୍କୁ ମିଳିବ ଘର appeared first on Dharitri Odia News.
ନୂଆଦିଲ୍ଲୀ,୧୨।୨: ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟର ଲୋକମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏବେ ମୋଦି ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପୁରୁଷ ନୁହେଁ ମହିଳାଙ୍କ ନାମରେ ଘର କିଣିବାକୁ ପଡିବ। ତେବେ ହିଁ ଆପଣ ଯୋଜନାର ଲାଭ ଉଠାଇପାରିବେ। ମହିଳାମାନଙ୍କର ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ମହିଳାମାନେ ନିଜ ଘରର ମାଲିକାନା ପାିପାରିବେ ଓ ଆତ୍ମର୍ନିଭରଶୀଳ ହୋଇପାରିବେ।
ୟୁପି ସରକାରଙ୍କ ନୂଆ ନିୟମ ଅନୁଯାୟୀ, PM Awas Yojana (ଗ୍ରାମୀଣ) ଏବଂ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନିୟମରେ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ, ଏବେ ରାଜ୍ୟର ସମସ୍ତ ନୂଆ ଗୃହ କେବଳ ମହିଳାଙ୍କ ନାମରେ ଅନୁମୋଦନ କରାଯିବ। ଏହାର ଅର୍ଥ ହେଉଛି ଏବେ ଯଦି ଘର କିଣାଯାଏ ତେବେ ମହିଳାଙ୍କ ନାମ ସେଥିରେ ରଖିବା ବାଧ୍ୟତାମୂଳକ ହେବ। କେବଳ ଏତିକି ନୁହେଁ, ଯେଉଁ ପୁରୁଷମାନଙ୍କ ନାମରେ ଗୃହ ମଞ୍ଜୁର ହୋଇସାରିଛି ସେମାନଙ୍କ ନାମ ସହିତ ଏବେ ମହିଳାଙ୍କ ନାମ ଯୋଡାଯିବ।
PM Awas Yojana କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଗରିବ ଏବଂ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇବା। ଏହା ଅଧୀନରେ, ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତି ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ପାଇବାର ସୱପ୍ନ ପୂରଣ ହୋଇପାରିବ। ଏହି ଯୋଜନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (PMAY-G) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (PMAY-U) ଅନ୍ତର୍ଭୁକ୍ତ।
ଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଉପରୋକ୍ତ ପରିବର୍ତ୍ତନ କେବଳ ଉତ୍ତରପ୍ରଦେଶ ରାଜ୍ୟ ପାଇଁ ଲାଗୁ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନିୟମ ପ୍ରଯୁଜ୍ୟ। ଅନେକ ରାଜ୍ୟ ମହିଳାଙ୍କ ନାମରେ ଘର ଆବଣ୍ଟନ କରିବାକୁ ବାଧ୍ୟତାମୂଳକ କରିଛନ୍ତି, ଯେତେବେଳେ କିଛି ରାଜ୍ୟରେ ମିଳିତ ମାଲିକାନା ପାଇଁ ବ୍ୟବସ୍ଥା ଅଛି। ମଧ୍ୟପ୍ରଦେଶ ଘର ମାଲିକାନାରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଏ, କିନ୍ତୁ ମିଳିତ ମାଲିକାନା ମଧ୍ୟ ଅନୁମତିପ୍ରାପ୍ତ। ବିହାର – ଏଠାରେ ମଧ୍ୟ କେବଳ ମହିଳାଙ୍କ ନାମରେ ଘର ଦେବାର ନିୟମ ପ୍ରଯୁଜ୍ୟ। ରାଜସ୍ଥାନ – ଘର ମାଲିକାନା କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଏ, କିନ୍ତୁ ପୁରୁଷମାନେ ମଧ୍ୟ ସହ-ମାଲିକ ହୋଇପାରିବେ। ଛତିଶଗଡ଼ ଏବଂ ଝାଡ଼ଖଣ୍ଡ – ଏଠାରେ ମିଳିତ ମାଲିକାନା ନିୟମ ପ୍ରଯୁଜ୍ୟ।
The post PM Awas Yojana ରେ ଆସିଲା ବଡ଼ ଅପଡେଟ୍, ଏଣିକି ମହିଳାଙ୍କୁ ମିଳିବ ଘର appeared first on Dharitri Odia News.