ବିଜାଘାଟିରେ ଦୁର୍ଘଟଣା, ୫୦ରୁ ଅଧିକ ଯାତ୍ରୀ ଆହତ

ମାଲକାନଗିରି ୦୨।୦୬ : ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଯାତ୍ରୀ ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା । ଏହି ସମୟରେ ମାଲକାନଗିରି ବିଜାଘାଟି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଖସିପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ବିଜାଘାଟିରେ ଦୁର୍ଘଟଣା, ୫୦ରୁ ଅଧିକ ଯାତ୍ରୀ ଆହତ

ମାଲକାନଗିରି ୦୨।୦୬ : ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଏକ ଯାତ୍ରୀ ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା । ଏହି ସମୟରେ ମାଲକାନଗିରି ବିଜାଘାଟି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଖସିପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।