ପ୍ଲାଷ୍ଟିକ ଗ୍ଲାସରେ ମଦ୍ୟପାନ କରୁଛନ୍ତି କି, ହୋଇ ଯାଆନ୍ତୁ ସତର୍କ, ନଚେତ୍...
ଭୁବନେଶ୍ଵର: ମଦ୍ୟପାନ ସେବନ ସ୍ଵାସ୍ଥ୍ୟ ପାଇଁ ହାନୀକାରକ। ମାତ୍ର ଯଦି ଏହାକୁ ଭୁଲ୍ ପାତ୍ରରେ ପିଆଯାଏ ତେବେ ଏହା ଆହୁରି ବିପଦଜ୍ଜନକ ହୋଇପାରେ। ସର୍ବଦା ପାର୍ଟି, ଆୟୋଜନ କିମ୍ବା ଖୋଲା ସ୍ଥାନରେ ଲୋକେ ପ୍ଲାଷ୍ଟିକ ଗ୍ଲାସରେ ମଦ ପିଇବାକୁ ପସନ୍ଦ କରନ୍ତି। ଆଉ କିଛି ଲୋକ ଘରେ ମଦ୍ୟପାନରେ ଷ୍ଟିଲ ଗ୍ଲାସର ବ୍ୟବହାର କରିଥାନ୍ତି। ମାତ୍ର କଣ ଆପଣ ଜାଣିଛନ୍ତି କି ଏହି ଦୁଇଟି ମଧ୍ୟରୁ କେଉଁ ବିକଳ୍ପ ସ୍ଵାସ୍ଥ୍ୟ ପକ୍ଷେ ଅଧିକ ସୁରକ୍ଷିତ ? ତେବେ ଚାଲନ୍ତୁ ଜାଣିବା...ପ୍ଲାଷ୍ଟିକକୁ ହାଲୁକା ଓ ଡିସ୍ପୋଜେବଲ ଭାବି ଲୋକେ ମଦ୍ୟାପନରେ ଏହାକୁ ଅଧିକ ପ୍ରାଥମିକତା ଦିଅନ୍ତି। ମାତ୍ର ଏହା ସ୍ଵାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବିଶେଷ କରି ଶସ୍ତା ଓ ନିମ୍ନମାନର ପ୍ଲାଷ୍ଟିକ ଗ୍ଲାସରେ ବିସଫେନଲ ଏ ଓ ଫ୍ଲେଥଲେଟସ ପରି ରସାୟନିକ ରହିଥାଏ। ଏହା ମଦ ସଂସ୍ପର୍ଶରେ ଆସି ସେଥିରେ ମିଳେଇ ଯାଏ। ସେମିତିରେ ମଦରେ ଆଲକୋହଲର ମାତ୍ରା ଅଧିକ ରହିଥାଏ। ଏହା ସାଲଭେଣ୍ଟ ପରି କାମ କରିଥାଏ, ଯାହା ପ୍ଲାଷ୍ଟିକର ହାନୀକାରକ ତତ୍ତ୍ଵକୁ ମିଳାଇ ଶରୀର ଭିତରେ ପହଞ୍ଚିପାରେ। ଏହା ଶରୀରର ଅନେକ ସମସ୍ୟାର କାରଣ ପାଲଟିପାରେ। ଯେମିତି ହର୍ମୋନାଲରେ ଗଡ଼ବଡ଼, ପ୍ରଜନନ ସମ୍ବନ୍ଧିତ ସମସ୍ୟା, କ୍ୟାନସର ଓ ଲିଭର ଡ୍ୟାମେଜ ଆଦି। କେବଳ ଏତିକି ନୁହେଁ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ଲାଷ୍ଟିକରୁ ନିର୍ଗତ ମାଇକ୍ରୋପାର୍ଟିକିଲ୍ସ ଶରୀରରେ ଜମା ହୋଇଥାଏ। ଏଥିରେ
ଭୁବନେଶ୍ଵର: ମଦ୍ୟପାନ ସେବନ ସ୍ଵାସ୍ଥ୍ୟ ପାଇଁ ହାନୀକାରକ। ମାତ୍ର ଯଦି ଏହାକୁ ଭୁଲ୍ ପାତ୍ରରେ ପିଆଯାଏ ତେବେ ଏହା ଆହୁରି ବିପଦଜ୍ଜନକ ହୋଇପାରେ। ସର୍ବଦା ପାର୍ଟି, ଆୟୋଜନ କିମ୍ବା ଖୋଲା ସ୍ଥାନରେ ଲୋକେ ପ୍ଲାଷ୍ଟିକ ଗ୍ଲାସରେ ମଦ ପିଇବାକୁ ପସନ୍ଦ କରନ୍ତି। ଆଉ କିଛି ଲୋକ ଘରେ ମଦ୍ୟପାନରେ ଷ୍ଟିଲ ଗ୍ଲାସର ବ୍ୟବହାର କରିଥାନ୍ତି। ମାତ୍ର କଣ ଆପଣ ଜାଣିଛନ୍ତି କି ଏହି ଦୁଇଟି ମଧ୍ୟରୁ କେଉଁ ବିକଳ୍ପ ସ୍ଵାସ୍ଥ୍ୟ ପକ୍ଷେ ଅଧିକ ସୁରକ୍ଷିତ ? ତେବେ ଚାଲନ୍ତୁ ଜାଣିବା...
ପ୍ଲାଷ୍ଟିକକୁ ହାଲୁକା ଓ ଡିସ୍ପୋଜେବଲ ଭାବି ଲୋକେ ମଦ୍ୟାପନରେ ଏହାକୁ ଅଧିକ ପ୍ରାଥମିକତା ଦିଅନ୍ତି। ମାତ୍ର ଏହା ସ୍ଵାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବିଶେଷ କରି ଶସ୍ତା ଓ ନିମ୍ନମାନର ପ୍ଲାଷ୍ଟିକ ଗ୍ଲାସରେ ବିସଫେନଲ ଏ ଓ ଫ୍ଲେଥଲେଟସ ପରି ରସାୟନିକ ରହିଥାଏ। ଏହା ମଦ ସଂସ୍ପର୍ଶରେ ଆସି ସେଥିରେ ମିଳେଇ ଯାଏ।
ସେମିତିରେ ମଦରେ ଆଲକୋହଲର ମାତ୍ରା ଅଧିକ ରହିଥାଏ। ଏହା ସାଲଭେଣ୍ଟ ପରି କାମ କରିଥାଏ, ଯାହା ପ୍ଲାଷ୍ଟିକର ହାନୀକାରକ ତତ୍ତ୍ଵକୁ ମିଳାଇ ଶରୀର ଭିତରେ ପହଞ୍ଚିପାରେ। ଏହା ଶରୀରର ଅନେକ ସମସ୍ୟାର କାରଣ ପାଲଟିପାରେ। ଯେମିତି ହର୍ମୋନାଲରେ ଗଡ଼ବଡ଼, ପ୍ରଜନନ ସମ୍ବନ୍ଧିତ ସମସ୍ୟା, କ୍ୟାନସର ଓ ଲିଭର ଡ୍ୟାମେଜ ଆଦି। କେବଳ ଏତିକି ନୁହେଁ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ଲାଷ୍ଟିକରୁ ନିର୍ଗତ ମାଇକ୍ରୋପାର୍ଟିକିଲ୍ସ ଶରୀରରେ ଜମା ହୋଇଥାଏ। ଏଥିରେ କ୍ରନିକ ରୋଗର ବିପଦ ବଢିଥାଏ।
ଷ୍ଟେନଲେସ ଷ୍ଟିଲ ଏକ ଅଣ ପ୍ରତିକ୍ରିୟାଶୀଳ ଧାତୁ। ଯାହା ସାଧାରଣତଃ ମଦ କିମ୍ବା ଅନ୍ୟ ଏସିଡିକ ପାନୀୟ ପଦାର୍ଥ ସହିତ ରସାନୟିକ ପ୍ରତିକ୍ରିୟା କରେ ନାହିଁ। ଏହାର ଅର୍ଥ ଷ୍ଟିଲ ଗ୍ଲାସରେ ମଦ୍ୟପାନ କଲେ କୌଣସି ହାନୀକାରକ ରସାୟନ ମିଶ୍ରଣର ବିପଦ ନ ଥାଏ। ହେଲେ କିଛି ଲୋକଙ୍କୁ ଷ୍ଟିଲ ଗ୍ଲାସରେ ମଦ୍ୟପାନ କଲେ ସ୍ଵାଦରେ କିଛି ଅଲଗା ଲାଗେ। ହେଲେ ଶରୀର ପାଇଁ ଏହା ବେଶ ଉପାଦାୟ। ଯଦି ଷ୍ଟିଲ ଗ୍ଲାସ ସଫା ଥାଏ ଏବଂ ସେଥିରେ କଳଙ୍କି ଲାଗି ନ ଥାଏ ତେବେ ସେଥିରେ ମଦ୍ୟପାନ କରିବା ଏକ ସୁରକ୍ଷିତ ବିକଳ୍ପ ହୋଇଥାଏ। ଷ୍ଟିଲ ଗ୍ଲାସକୁ ବାରମ୍ବାର ବ୍ୟବହାର କରାଯାଇ ପାରିବ। ସେଥିରେ ପରିବେଶର କମ କ୍ଷତି ଘଟିଥାଏ।
ସ୍ଵାସ୍ଥ୍ୟଗତ ଦୃଷ୍ଟିରୁ ଷ୍ଟିଲ ଗ୍ଲାସ ପ୍ଲାଷ୍ଟିକ ତୁଳନାରେ ବହୁତ ସୁରକ୍ଷିତ। ପ୍ଲାଷ୍ଟିକ ଗ୍ଲାସରେ ମଦ୍ୟପାନ କଲେ ବିଷାକ୍ତ ରସାୟନିକ ପଦାର୍ଥ ଶରୀରରେ ପ୍ରବେଶ କରି ପାରନ୍ତି। କିନ୍ତୁ ଷ୍ଟିଲ ଗ୍ଲାସରେ ମଦ୍ୟପାନ କେବଳ ସୁରକ୍ଷିତ ନୁହେଁ ବରଂ ପରିବେଶ ଉପଯୋଗୀ ରହିଥାଏ ଏବଂ ଏହା ସଭିଙ୍କ ପାଇଁ ଏକ ଭଲ ବିକଳ୍ପ।
ତେଣୁ ଆପଣ ମାନଙ୍କୁ ଜରୁରୀ ପରାମର୍ଶ- ମଦ୍ୟପାନ କମ କରନ୍ତୁ କିମ୍ବା ଆଦୌ କରନ୍ତୁ ନାହିଁ। ଯଦି କେବେ ପିଇବାର ଅଛି ତେବେ କାଚ ଗ୍ଲାସ, ଷ୍ଟିଲ ଗ୍ଲାସର ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ ଗ୍ଲାସକୁ କେବଳ ଜରୁରୀ ସମୟରେ କିମ୍ବା ଡିସ୍ପୋଜାଲ ପରିସ୍ଥିତିରେ ବ୍ୟବହାର କରନ୍ତୁ। ସ୍ବାସ୍ଥ୍ୟ ପାଇଁ ସାବଧାନ ଅତି ଜରୁରୀ।