Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ଅହମ୍ମଦାବାଦ,୧୨।୨: ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍‌ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି ଶତକ ସହ ଗିଲ୍‌ ଦୁନିଆର ସବୁଠାରୁ ବଡ଼ ମଇଦାନରେ ତିନୋଟି ଯାକ ଫର୍ମାଟରେ ଶତକ ମାରିଥିବା ପ୍ରଥମ ଖେଳାଳି ପାଲଟିଛନ୍ତି। ଗିଲ ଅହମ୍ମଦାବାଦ ମଇଦାନରେ ଟେଷ୍ଟ, ଦିନିକିଆ, ଟି୨୦ ଏବଂ ଆଇପିଏଲ୍‌ରେ ଶତକ ମାରିଛନ୍ତି। […] The post Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ… appeared first on Dharitri Odia News.

Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ଅହମ୍ମଦାବାଦ,୧୨।୨: ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍‌ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି ଶତକ ସହ ଗିଲ୍‌ ଦୁନିଆର ସବୁଠାରୁ ବଡ଼ ମଇଦାନରେ ତିନୋଟି ଯାକ ଫର୍ମାଟରେ ଶତକ ମାରିଥିବା ପ୍ରଥମ ଖେଳାଳି ପାଲଟିଛନ୍ତି।

ଗିଲ ଅହମ୍ମଦାବାଦ ମଇଦାନରେ ଟେଷ୍ଟ, ଦିନିକିଆ, ଟି୨୦ ଏବଂ ଆଇପିଏଲ୍‌ରେ ଶତକ ମାରିଛନ୍ତି। ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ସେ ୧୨୮ ରନ୍‌(ଟେଷ୍ଟ)ର ଇନିଂସ ଖେଳିଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ରେ ୧୨୬ ରନ୍‌ର ଇନିଂସ ଖେଳିଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ୧୧୨ ରନ୍‌ର ଇନିଂସ ଖେଳି ତିନୋଟି ଯାକ ଫର୍ମାଟରେ ଶତକର ହାଟ୍ରିକ ପୂରଣ କରିଛନ୍ତି।

ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ ଗିଲ୍‌ଙ୍କ ଏହା ୧୩ ଶତକ। ସେ ଟେଷ୍ଟ କ୍ରିକେଟରେ ୭, ଦିନିକିଆରେ ୫, ଟି୨୦ରେ ୧ ଶତକ ମାରିଛନ୍ତି। ତେବେ ଏବେ ଗିଲ ଶତକ ସହ ଦିନିକିଆ କ୍ରିକେଟରେ ୨୫୦୦ ରନ୍‌ ପୂରଣ କରିଛନ୍ତି। ସେ ଏଯାବତ ୫୦ ମ୍ୟାଚ୍‌ ଖେଳିଥିବା ବେଳେ ୧୦୧.୯୩% ହାରରେ ୨୫୮୭ ରନ୍‌ କରିଛନ୍ତି। ୨୦୮ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି।

The post Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ… appeared first on Dharitri Odia News.