ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ

ନୂଆଗାଁ ,୨୬ା୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷକ ଭବନ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଭୂମି ପୂଜା କରିବାର ଦୀର୍ଘ ୨୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏପରିକି ଗୃହର ପୁନାଦି ପରେ ଆଉ ଆଗେଇ ପାରୁନି ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରାଯାଉଥିଲେ […] The post ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ appeared first on Dharitri Odia News.

ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ

ନୂଆଗାଁ ,୨୬ା୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷକ ଭବନ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଭୂମି ପୂଜା କରିବାର ଦୀର୍ଘ ୨୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏପରିକି ଗୃହର ପୁନାଦି ପରେ ଆଉ ଆଗେଇ ପାରୁନି ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।
ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ଶିକ୍ଷାଦାନ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ବୈଠକ କରିବା, ରହଣୀସ୍ଥଳ, କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଭଳି କାର୍ଯ୍ୟ ପାଇଁ ଗୃହଟିଏ ନାହିଁ। ସମସ୍ତ ବ୍ୟବସ୍ଥା ଥାଇ ଶିକ୍ଷକ ଭବନଟିଏ ନିର୍ମାଣ କରିବା ପାଇଁ ନୂଆଗାଁ ବ୍ଲକର ୧୫୭ ସ୍କୁଲର ପ୍ରାୟ ୪୪୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ବହୁବାର ଗୁହାରି କରିବା ପରେ ୨୦୨୧ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାଇଛେଳିଠାରେ ଶିକ୍ଷକ ଭବନ ପାଇଁ ଭୂମି ପୂଜା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିବା ସହ ଶିକ୍ଷକ ଭବନ ଯଥାଶୀଘ୍ର ଶେଷ କରାଯିବ ବୋଲି କହିଥିଲେ। ଶିକ୍ଷକ ଭବନ ନିର୍ମାଣ କରିବା ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇ କାର୍ଯ୍ୟାରମ୍ଭ କରାଯାଇଥିଲା। ଭୂମିପୂଜନ କାର୍ଯ୍ୟକୁ ଇତିମଧ୍ୟରେ ଦୀର୍ଘ ୨୬ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ନିର୍ମାଣ ହୋଇ ପାରିନାହିଁ। ଶିକ୍ଷକ ଭବନର ପୁନାଦି ପଡି ପିଲର ପାଇଁ ଛଡ ବନ୍ଧା ହୋଇ ରହିଛି। ପିଲର ଛଡଗୁଡ଼ିକରେ କଳଙ୍କି ଲାଗି ତାହା ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ବନ୍ଧା ଯାଇଥିବା ପିଲର ଛଡ ଓ ବିଧାୟକଙ୍କ ପ୍ରତିଶ୍ରୁତି ନୂଆଗାଁ ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅଟ୍ଟହାସ୍ୟ କରୁଥିବା ଭଳି ଲାଗୁଛି ବୋଲି କ୍ଷୋଭର ସହ କହିଛନ୍ତି ଶିକ୍ଷକମାନେ। ଶିକ୍ଷକ ଭବନ ନିର୍ମାଣ ବିଳମ୍ବ ହେବା ବାବଦରେ ମାଇଛେଳି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପକ ରଞ୍ଜନ ରାଉତଙ୍କୁ ପଚାରିବାରେ ଯାହା ଅନୁଦାନ ଆସିଥିଲା ସେଥିରେ ଏତିକି କାମ ହୋଇଛି। ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଅନୁଦାନ ଦିଆଯାଇଛି। କାମ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀ ରାଉତ କହିଛନ୍ତି।

The post ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ appeared first on Dharitri Odia News.