ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍’ !
ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍ରେ ସିଲ୍ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ। ସ୍କୁଲ ଅଫ୍ ପଲିଟିକ୍ସ ଦ଼୍ବାରା ନିର୍ବାଚନ ସମୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏହି ସର୍ଭେରୁ ୨୦୧୯ ତୁଳନାରେ ଭାଜପା ଅଧିକ ସିଟ୍ ଦଖଲ କରିବା ନେଇ ଜଣାପଡ଼ିଛି। ଏହି ସର୍ଭେ ମୁତାବିକ […] The post ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍’ ! appeared first on Dharitri Odia News.
ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍ରେ ସିଲ୍ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ। ସ୍କୁଲ ଅଫ୍ ପଲିଟିକ୍ସ ଦ଼୍ବାରା ନିର୍ବାଚନ ସମୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏହି ସର୍ଭେରୁ ୨୦୧୯ ତୁଳନାରେ ଭାଜପା ଅଧିକ ସିଟ୍ ଦଖଲ କରିବା ନେଇ ଜଣାପଡ଼ିଛି। ଏହି ସର୍ଭେ ମୁତାବିକ ଏନ୍ଡିଏ ସପକ୍ଷରେ ୪୯.୩ ପ୍ରତିଶତ ମତ ଯିବ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ଇଣ୍ଡିଆମେଣ୍ଟ ୩୮.୪ ପ୍ରତିଶତ ମତ ସହିତ ଦ୍ୱିତୀୟ ସ୍ଥାନରେ ରହିବ। ଅନ୍ୟାନ୍ୟଙ୍କ ସପକ୍ଷରେ ୧୨.୩ ପ୍ରତିଶତ ଭୋଟ ଯିବ। କହିବାକୁ ଗଲେ ଏନ୍ଡିଏ ଖାତାକୁ ୩୬୭-୪୦୩ ସିଟ୍ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟ ଖାତାକୁ ୧୨୯-୨୬୧ ସିଟ୍ ଏବଂ ଅନ୍ୟାନ୍ୟ ଖାତାକୁ ୭-୮ ସିଟ୍ ଯାଉଛି।
ଅନ୍ୟପଟେ ଏକ୍ଜିଟ୍ ପୋଲ ମତ ଅନୁସାରେ, ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏନ୍ଡିଏ ୫୮-୬୬ ସିଟ୍ ହାତେଇବାକୁ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୯-୨୩ ସିଟ୍ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଦିଲ୍ଲୀର ସମସ୍ତ ୭ଟି ଯାକ ସିଟ୍ ଭାଜପା ହାସଲ କରୁଥିବା ସର୍ଭେରୁ ଜଣାପଡ଼ିଛି। ହରିୟାଣାରେ ଭାଜପାକୁ ୮-୯ଟି ସିଟ୍ ମିଳିପାରେ। ସେଠି ଇଣ୍ଡିଆ ମେଣ୍ଟକୁ ୧-୨ଟି ମିଳିବା ସମ୍ଭାବନା ରହିଛି।
ପଶ୍ଚିମବଙ୍ଗରେ ସର୍ଭେ ଅନୁସାରେ ଭାଜପାକୁ ଫାଇଦା ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଭାଜପା ପାର୍ଟି ଭଲ ପ୍ରଦର୍ଶନ କରିବା ନେଇ ସର୍ଭେରୁ ଜଣାପଡ଼ୁଛି। ଭାଜପାକୁ ୧୯-୨୩ଟି ସିଟ୍ ମିଳିବା ନେଇ ଅନୁମାନ କରାଯାଉଛି। ସେହିପରି ବିହାରରେ ଭାଜପା-ଜେଡିୟୁ ମେଣ୍ଟକୁ ୩୭-୩୯ଟି ଆସନ ମିଳିବା ସମ୍ଭାବନା ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୦-୩ଟି ଆସନ ମିଳିପାରେ।
ସେହିପରି ମହାରାଷ୍ଟ୍ରରେ ମଧ୍ୟ ଭାଜପା କମାଲ କରିବା ନେଇ ସର୍ଭେରୁ ଜଣାପଡ଼ିଛି । ଏହି ରାଜ୍ୟରେ ଏନ୍ଡିଏ ୩୧-୩୫ ସିଟ୍ ହାସଲ କରୁଥିବା ନଜର ଆସୁଛି। କିନ୍ତୁ ଇଣ୍ଡିଆ ମେଣ୍ଟକୁ ୧୨-୧୬ ସିଟ୍ରେ ଏଠି ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଗୁଜୁରାଟରେ ଭାଜପା ପୁଣିଥରେ ୨୬ରୁ ୨୬ ସିଟ୍ ହାତେଇବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଭାଜପା ଖାତାକୁ ୨୩-୨୫ଟି ସିଟ୍ ଯାଇପାରେ। ଛତିଶଗଡ଼ରେ ୧୦-୧୧ଟି ସିଟ୍ ଭାଜପା ହାସଲ କରିବ। ମଧ୍ୟପ୍ରଦେଶରେ ଭାଜପାକୁ ୨୮-୨୯ ସିଟ୍ ମିଲିପାରେ।
ତେବେ ଯଦି ଏହି ଏକ୍ଜିଟ୍ ପୋଲ ସତ ହୁଏ ତେବେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ନାରା ‘ଅବକି ବାର ୪୦୦ ପାର୍’ ଲକ୍ଷ୍ୟ ହାସଲ ହେଉଥିବା ଜଣାପଡ଼ୁଛି।
The post ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍’ ! appeared first on Dharitri Odia News.