ନିଆରା ଢଙ୍ଗରେ ପର୍ବପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା, ୨୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ମା’ଦୁର୍ଗା ଓ ଲଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି l ବାସଭବନରେ ବାସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମଯଜ୍ଞ କରିଛନ୍ତି। ନୂଆସାହି ଗ୍ରାମ୍ୟ କମିଟିର ସଦସ୍ୟ ସାହିର ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗାଁର ଅସହାୟ ଲୋକଙ୍କୁ ଘରକୁ ଡାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି। ମା’ ଦୂର୍ଗା ଓ […] The post ନିଆରା ଢଙ୍ଗରେ ପର୍ବପର୍ବାଣୀ ପାଳନ କରନ୍ତି ପ୍ରଭାକର appeared first on Dharitri Odia News.

ନିଆରା ଢଙ୍ଗରେ ପର୍ବପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା, ୨୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ମା’ଦୁର୍ଗା ଓ ଲଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି l ବାସଭବନରେ ବାସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମଯଜ୍ଞ କରିଛନ୍ତି। ନୂଆସାହି ଗ୍ରାମ୍ୟ କମିଟିର ସଦସ୍ୟ ସାହିର ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗାଁର ଅସହାୟ ଲୋକଙ୍କୁ ଘରକୁ ଡାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି। ମା’ ଦୂର୍ଗା ଓ ଦକ୍ଷିଣ କାଳୀଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି। ମା’ଙ୍କ ଆପର କରୁଣା ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି l ଗୋପ ଲକ୍ଷ୍ମୀ ଧନଧାନ୍ୟରେ ପୁରି ଉଠିଛି। ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକରଙ୍କ ଧର୍ମ ପତ୍ନୀ l ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗା ପୂଜା ସହିତ ଏହିଭଳି ଭାବରେ ଗରିବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି l

The post ନିଆରା ଢଙ୍ଗରେ ପର୍ବପର୍ବାଣୀ ପାଳନ କରନ୍ତି ପ୍ରଭାକର appeared first on Dharitri Odia News.