ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ମୁକ୍ତାପସି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ କାନପୁରା ପଞ୍ଚାୟତର ବିଶ୍ୱଜିତ ସାହୁ ବୋଲି ଜଣାପଡିଛି।  ବିଶ୍ୱଜିତ ନିଜ ଭଉଣୀ ଘର କନ୍ତୁର ଗାଁକୁ ନିଜ ବାଇକରେ ମଙ୍ଗଳବାର ରାତିରେ ଯାଉଥିଲେ ।  ଯିବା ସମୟରେ ମୁକ୍ତାପସି ଠାରେ ଏକ ଦ୍ରୁତଗାମୀ ଟ୍ରକ ବିଶ୍ୱଜିତ ଙ୍କ ବାଇକ କୁ ଧକ୍କା […]

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ
କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ମୁକ୍ତାପସି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ କାନପୁରା ପଞ୍ଚାୟତର ବିଶ୍ୱଜିତ ସାହୁ ବୋଲି ଜଣାପଡିଛି।  ବିଶ୍ୱଜିତ ନିଜ ଭଉଣୀ ଘର କନ୍ତୁର ଗାଁକୁ ନିଜ ବାଇକରେ ମଙ୍ଗଳବାର ରାତିରେ ଯାଉଥିଲେ ।  ଯିବା ସମୟରେ ମୁକ୍ତାପସି ଠାରେ ଏକ ଦ୍ରୁତଗାମୀ ଟ୍ରକ ବିଶ୍ୱଜିତ ଙ୍କ ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ବିଶ୍ୱଜିତଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି । ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।