‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୯।୯: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଫିଲ୍ମର କିଛି ଦୃଶ୍ୟ କାଟିବାକୁ ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଫିଲ୍ମରେ ପ୍ରଦର୍ଶିତ ହେବାକୁ ଥିବା ଐତିହାସିକ ଘଟଣାବଳୀ ପାଇଁ ନିର୍ମାତାଙ୍କୁ ଡିସ୍‌କ୍ଲେମର ପ୍ରଦାନ କରିବାକୁ ପଡ଼ିବ। ତେବେ ଥିଏଟରଗୁଡ଼ିକରେ ‘ଏମର୍ଜେନ୍ସି’ […] The post ‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌ appeared first on Dharitri Odia News.

‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୯।୯: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଫିଲ୍ମର କିଛି ଦୃଶ୍ୟ କାଟିବାକୁ ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଫିଲ୍ମରେ ପ୍ରଦର୍ଶିତ ହେବାକୁ ଥିବା ଐତିହାସିକ ଘଟଣାବଳୀ ପାଇଁ ନିର୍ମାତାଙ୍କୁ ଡିସ୍‌କ୍ଲେମର ପ୍ରଦାନ କରିବାକୁ ପଡ଼ିବ। ତେବେ ଥିଏଟରଗୁଡ଼ିକରେ ‘ଏମର୍ଜେନ୍ସି’ କେବେ ରିଲିଜ୍‌ ହେବ ସେନେଇ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ‘ଏମର୍ଜେନ୍ସି’ ଫିଲ୍ମ ନିର୍ମାତାଙ୍କ ଅଭିଯୋଗ କ୍ରମେ ଆସନ୍ତା ୧୮ ସୁଦ୍ଧା ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ ନେଇ ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟ ସିବିଏଫ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଏହା ସମାଜକୁ ଭୁଲ୍‌ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ କରି ପଞ୍ଜାବର ଶିରୋମଣି ଅକାଳୀ ଦଳ(ଏସ୍‌ଏଡି) ସମେତ ବହୁ ଶିଖ୍‌ ସଙ୍ଗଠନ ଫିଲ୍ମର ରିଲିଜକୁ ବିରୋଧ କରିଥିଲେ, ଯାହା ପରେ ‘ଏମର୍ଜେନ୍ସି’ ବିବାଦ ଘେରକୁ ଆସିଥିଲା।

The post ‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌ appeared first on Dharitri Odia News.