ବାଘ ନେଇଗଲା ଜୀବନ: ଗାଁରେ ଭୟ
ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସାଦଙ୍କ ଘର ଧଣ୍ଡମୁଣ୍ଡା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଏହି […] The post ବାଘ ନେଇଗଲା ଜୀବନ: ଗାଁରେ ଭୟ appeared first on Dharitri Odia News.
ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସାଦଙ୍କ ଘର ଧଣ୍ଡମୁଣ୍ଡା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିବା ଜଣାପଡିଛି।
ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।
The post ବାଘ ନେଇଗଲା ଜୀବନ: ଗାଁରେ ଭୟ appeared first on Dharitri Odia News.