ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା

ନୂଆଦିଲ୍ଲୀ,୫।୭: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ତେବେ ଜୁନ୍ ୨୩ ପାଇଁ ଧାର୍ଯ୍ୟ ହୋଇଥିବା NEET-PG ପରୀକ୍ଷା UG ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ସମେତ ଅନିୟମିତତା ହେତୁ ଧାଡିରେ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସ୍ଥଗିତ […] The post ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା appeared first on Dharitri Odia News.

ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା

ନୂଆଦିଲ୍ଲୀ,୫।୭: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।

ତେବେ ଜୁନ୍ ୨୩ ପାଇଁ ଧାର୍ଯ୍ୟ ହୋଇଥିବା NEET-PG ପରୀକ୍ଷା UG ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ସମେତ ଅନିୟମିତତା ହେତୁ ଧାଡିରେ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସ୍ଥଗିତ ରଖାଯାଇଥିଲା। ପରୀକ୍ଷାର୍ଥୀମାନେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ natboard.edu.in କୁ ଯାଇ ଦେଖିପାରିବେ।

NEET PG ପରୀକ୍ଷା ବିଷୟରେ ଆଲୋଚନା ପାଇଁ ଗୃହ ମନ୍ତ୍ରଣାଳୟର ସାଇବର ସେଲ୍ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ନିଶ୍ଚିତ କରିବାକୁ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ସରକାରୀ ଏଜେନ୍ସି ସମ୍ଭାବ୍ୟ ତ୍ରୁଟିର ମୂଲ୍ୟାଙ୍କନ କରୁଛନ୍ତି ଏବଂ ତଦନ୍ତ ପ୍ରାୟ ଶେଷ ହୋଇଛି।

The post ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା appeared first on Dharitri Odia News.