ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା ଚିତ୍ର

ଭୁବନେଶ୍ବର ୪।୧୦: ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । କ୍ଯାମେରାରେ ପୁଣି ଥରେ କଏଦ ହୋଇଛି କଳାବାଘର ଚିତ୍ର । ବାଘ ବୁଲୁଥିବା ଭିଡ଼ିଓକି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଏହାକୁ ନେଇ ଜଙ୍ଗଲ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ବାଘ ବୁଲୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ସେତେବେଳେ ମଧ୍ୟ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହାକୁ ନେଇ ଟ୍ବିଟ୍ କରିଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ କାମ ଆଗେଇ ଚାଲିଛି । ଏଭଳି ସମୟରେ କଳାବାଘର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବ ଏହି କଳାବାଘ ସଫାରୀ । ଏଥିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ବୋଲି ସୂଚନା ରହିଛି ।ଏହା ପୂର୍ବରୁ ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇ

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା ଚିତ୍ର

ଭୁବନେଶ୍ବର ୪।୧୦: ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । କ୍ଯାମେରାରେ ପୁଣି ଥରେ କଏଦ ହୋଇଛି କଳାବାଘର ଚିତ୍ର । ବାଘ ବୁଲୁଥିବା ଭିଡ଼ିଓକି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଏହାକୁ ନେଇ ଜଙ୍ଗଲ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ବାଘ ବୁଲୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ସେତେବେଳେ ମଧ୍ୟ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହାକୁ ନେଇ ଟ୍ବିଟ୍ କରିଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ କାମ ଆଗେଇ ଚାଲିଛି । ଏଭଳି ସମୟରେ କଳାବାଘର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବ ଏହି କଳାବାଘ ସଫାରୀ । ଏଥିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ବୋଲି ସୂଚନା ରହିଛି ।

ଏହା ପୂର୍ବରୁ ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ । ବିରଳ ପ୍ରଜାତିର କଳା ବାଘଟି ମହାବଳ ନୁହେଁ, ବରଂ କଲରାପତରିଆ ବୋଲି ଜଣାପଡ଼ିଥିଲା । 

You Can Read:

ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ