୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୯।୧୧: ଇଂଲଣ୍ଡ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର ୨୮ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ କୁହାଯାଉଥିବା ଜୋ ରୁଟ ଶୂନରେ ଆଉଟ୍‌ ହୋଇଛନ୍ତି। ରୁଟଙ୍କ ଉଇକେଟ ମଧ୍ୟ ସ୍ମରଣୀୟ, କାରଣ କିୱି ଦଳ ପାଇଁ ଡେବ୍ୟୁ କରିଥିବା ନାଥାନ ସ୍ମିଥ ତାଙ୍କୁ ଆଉଟ୍‌ କରିଥିଲେ। ୨୦୨୪ରେ ଟେଷ୍ଟ କ୍ରିକେଟ ରେ ଜୋ ରୁଟ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ୍‌। ଏପର୍ଯ୍ୟନ୍ତ […] The post ୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌ appeared first on Dharitri Odia News.

୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୯।୧୧: ଇଂଲଣ୍ଡ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର ୨୮ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ କୁହାଯାଉଥିବା ଜୋ ରୁଟ ଶୂନରେ ଆଉଟ୍‌ ହୋଇଛନ୍ତି। ରୁଟଙ୍କ ଉଇକେଟ ମଧ୍ୟ ସ୍ମରଣୀୟ, କାରଣ କିୱି ଦଳ ପାଇଁ ଡେବ୍ୟୁ କରିଥିବା ନାଥାନ ସ୍ମିଥ ତାଙ୍କୁ ଆଉଟ୍‌ କରିଥିଲେ।

୨୦୨୪ରେ ଟେଷ୍ଟ କ୍ରିକେଟ ରେ ଜୋ ରୁଟ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ୍‌। ଏପର୍ଯ୍ୟନ୍ତ ସେ ୧୫ଟି ମ୍ୟାଚର ୨୬ ଇନିଂସରେ ୧,୩୩୮ ରନ ସ୍କୋର କରିଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ପାଞ୍ଚ ଶତକ ଏବଂ ଚାରି ଅର୍ଦ୍ଧଶତକ ହାସଲ କରିଥିବାବେଳେ ହାରାହାରି ୫୩.୫୨ ରନ ସ୍କୋର କରିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ଏହା କରିବାରେ ପ୍ରଥମ ଦଳ ହୋଇପାରିଛି, ଯାହା ବିରୋଧରେ ଜୋ ରୁଟ ୨୦୨୪ରେ ଶୂନ ସ୍କୋରରେ ଆଉଟ ହୋଇଛନ୍ତି। ୨୦୨୪ରେ ଏପର୍ଯ୍ୟନ୍ତ ରୁଟ ଦ୍ୱାରା ସର୍ବନିମ୍ନ ସ୍କୋର ୨ ରନ ଥିଲା, ଯାହା ସେ ଚଳିତବର୍ଷ ଭାରତ ବିପକ୍ଷରେ କରିଥିଲେ।

 

The post ୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌ appeared first on Dharitri Odia News.