ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରତାପ, ସୂର୍ଯ୍ୟବଂଶୀ, ଆକାଶ
ଭୁବନେଶ୍ୱର,୧୧।୬: ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବୁଧବାର ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ଏମ୍ପି ଏବଂ ବିଧାୟକଙ୍କଠାରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ‘ଏକଛତ୍ରବାଦ ଓ କଳା ଶାସନର ଅନ୍ତ ହୋଇଛି। ଓଡ଼ିଶାରେ ଲୋକତନ୍ତ୍ର […] The post ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରତାପ, ସୂର୍ଯ୍ୟବଂଶୀ, ଆକାଶ appeared first on Dharitri Odia News.
ଭୁବନେଶ୍ୱର,୧୧।୬: ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବୁଧବାର ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ଏମ୍ପି ଏବଂ ବିଧାୟକଙ୍କଠାରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି।
ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ‘ଏକଛତ୍ରବାଦ ଓ କଳା ଶାସନର ଅନ୍ତ ହୋଇଛି। ଓଡ଼ିଶାରେ ଲୋକତନ୍ତ୍ର ବଞ୍ଚିଗଲା। ତେଣୁ ଲୋକ ଆଜି ଦୀପାବଳି ମନାଉଛନ୍ତି ବୋଲି ପ୍ରକାଶ କରିଛନ୍ତି।
ସେହିପରି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଭାଜପା ନେତୃତ୍ୱ ଚାରି ଚାରି ଥର ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି। ବିଧାୟକ ଦଳ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।
ଅନ୍ୟପକ୍ଷେ ବିଧାୟକ ଆକାଶ ଦାସନାୟକ ମଧ୍ୟ କହିଛନ୍ତି ‘ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ । ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବହୁତ ଉନ୍ନତି ହେବ।
The post ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରତାପ, ସୂର୍ଯ୍ୟବଂଶୀ, ଆକାଶ appeared first on Dharitri Odia News.