ଲକ୍ଷ୍ନୌରେ ଚାଞ୍ଚଲ୍ୟ: ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

ଲକ୍ଷ୍ନୌ,୧।୧: ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର ଏକ ହୋଟେଲରେ ରହୁଥିଲେ। ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଅର୍ଶଦଙ୍କୁ ଗିରଫ କରି ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସର ସୂଚନାନୁସାରେ, ଅର୍ଶଦ ତାଙ୍କ ମା […] The post ଲକ୍ଷ୍ନୌରେ ଚାଞ୍ଚଲ୍ୟ: ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ appeared first on Dharitri Odia News.

ଲକ୍ଷ୍ନୌରେ ଚାଞ୍ଚଲ୍ୟ:  ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

ଲକ୍ଷ୍ନୌ,୧।୧: ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର ଏକ ହୋଟେଲରେ ରହୁଥିଲେ। ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଅର୍ଶଦଙ୍କୁ ଗିରଫ କରି ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସର ସୂଚନାନୁସାରେ, ଅର୍ଶଦ ତାଙ୍କ ମା ଆସମା ଏବଂ ଭଉଣୀ ଆଲଶିଆ (୧୯), ରହମେନ (୧୮), ଆକସା (୧୬) ଏବଂ ଆଲିଆ (୯) କୁ ହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ବୀକାର ମଧ୍ୟ କରିଛନ୍ତି, କିନ୍ତୁ ସେ ସମୟ ସମୟରେ ନିଜର ବିବୃତ୍ତିରେ ପରିବର୍ତ୍ତନ କରୁଛନ୍ତି।

The post ଲକ୍ଷ୍ନୌରେ ଚାଞ୍ଚଲ୍ୟ: ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ appeared first on Dharitri Odia News.