କାର୍ ଧକ୍କାରେ ଯୁବକ ମୃତ, ପରିବାର ଆଣିଲେ ହତ୍ୟା ଅଭିଯୋଗ

କୋରାପୁଟ  : କୋରାପୁଟ ଜ଼ିଲ୍ଲା ସୁନାବେଡ଼ା ଥାନା ଅଞ୍ଚଳରେ ଏକ କାର ଧକ୍କାରେ ୨ ଯୁବକ ଶୁକ୍ରବାର ରାତି ୧୧ ଟାରେ ଗୁରୁତର ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ କଲୋନିର ଦୀପକ ବାଘ(୨୪) ଓ ଆହତ ହେଲେ ବାପୁଜୀ କଲୋନିର ମନୋଜ କୁଲଦୀପ(୨୫) ।  ଦୀପକ ଓ ମନୋଜ ଅନ୍ୟ ୨ ସାଙ୍ଗଙ୍କ ସହ ଡିପି କ୍ୟାମ୍ପ ଯିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଠିଆହୋଇଥିବା ବେଳେ ଶଙ୍କର […] The post କାର୍ ଧକ୍କାରେ ଯୁବକ ମୃତ, ପରିବାର ଆଣିଲେ ହତ୍ୟା ଅଭିଯୋଗ appeared first on KNews Odisha.

କାର୍ ଧକ୍କାରେ ଯୁବକ ମୃତ, ପରିବାର ଆଣିଲେ ହତ୍ୟା ଅଭିଯୋଗ

କୋରାପୁଟ  : କୋରାପୁଟ ଜ଼ିଲ୍ଲା ସୁନାବେଡ଼ା ଥାନା ଅଞ୍ଚଳରେ ଏକ କାର ଧକ୍କାରେ ୨ ଯୁବକ ଶୁକ୍ରବାର ରାତି ୧୧ ଟାରେ ଗୁରୁତର ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ କଲୋନିର ଦୀପକ ବାଘ(୨୪) ଓ ଆହତ ହେଲେ ବାପୁଜୀ କଲୋନିର ମନୋଜ କୁଲଦୀପ(୨୫) ।  ଦୀପକ ଓ ମନୋଜ ଅନ୍ୟ ୨ ସାଙ୍ଗଙ୍କ ସହ ଡିପି କ୍ୟାମ୍ପ ଯିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଠିଆହୋଇଥିବା ବେଳେ ଶଙ୍କର ବାହାଦୁର ନାମକ ବ୍ୟକ୍ତି ଏକ କାର୍  ଯୋଗେ ଆସି ଧକ୍କା ଦେଇଥିଲେ। ସେଠାରୁ କାରଟି ଦ୍ରୁତଗତିରେ ଚାଲିଯାଇଥିଲେ ।

ଏଥିରେ ଦୀପକ ଓ ମନୋଜ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସୁନାବେଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୀପକଙ୍କ ମୃତ୍ୟୁ ହୋଇଛି । ପୁଅଙ୍କୁ ଜୀବନରୁ ମାରିଦେବା ବା ଉଦ୍ଦେଶ୍ୟ ରଖି କାର୍ ଚାଳକ ଧକ୍କା ଦେଇଥିବା ଦୀପକଙ୍କ ମା ସୁଧରୀ ବାଘ ସୁନାବେଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି  ।

ସୁନେବେଡା ଥାନା ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।  ଦୀପକ ଓ ମନୋଜ ଏକ ଟେଣ୍ଟ ହାଉସ୍‌ରେ କାମ କରୁଥିଲେ। କିଛିଦିନ ପୂର୍ବରୁ ଶଙ୍କରଙ୍କ ଭଉଣୀ ବାହାଘରରେ ଟେଣ୍ଟ ଲଗାଇଥିଲେ । ଟେଣ୍ଟ ବାବଦ ବାକି ଟଙ୍କାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି ତାଙ୍କ ମା’ ଏତଲାରେ ଦର୍ଶାଇଛନ୍ତି । ମୁଖ୍ୟ ଆସାମୀ କୁ ଧରିବା ପାଇଁ ସୁନାବେଡା ଥାନା ଆଗରେ ଶବ ରଖି ପରିବାର ଲୋକେ ଦାବି କରିଛନ୍ତି । ଉଭୟ ପଟୁ ସହ ସହ ଗାଡି ଗୁଡିକ ଠିଆ ହୋଈ ରହିଛି।

 

Also read :କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ

The post କାର୍ ଧକ୍କାରେ ଯୁବକ ମୃତ, ପରିବାର ଆଣିଲେ ହତ୍ୟା ଅଭିଯୋଗ appeared first on KNews Odisha.