ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍ କଲା ମେଣ୍ଟ
ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ, କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଆଗାଡି ମିଳିତ ମେଣ୍ଟ ୬୨ଟି ଆସନରେ ଏବଂ ଅନ୍ୟମାନେ ୧୩ଟି ସିଟରେ ଆଗୁଆ ଅଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିଲା। ସେଠାରେ ଶାସକ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଏବଂ ବିରୋଧୀ ମହା ବିକାଶ […] The post ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍ କଲା ମେଣ୍ଟ appeared first on Dharitri Odia News.
ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ, କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଆଗାଡି ମିଳିତ ମେଣ୍ଟ ୬୨ଟି ଆସନରେ ଏବଂ ଅନ୍ୟମାନେ ୧୩ଟି ସିଟରେ ଆଗୁଆ ଅଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିଲା। ସେଠାରେ ଶାସକ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଏବଂ ବିରୋଧୀ ମହା ବିକାଶ ଅଘାଡ଼ି ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଥିଲା। ସେଠାରେ ମତଦାନ ହାର ୬୬.୦୫ ରହିଛି। ଭାଜପା, ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ) ଏବଂ ଅଜିତ ପାଓ୍ବାରଙ୍କ ଏନ୍ସିପିକୁ ନେଇ ଗଠିତ ମହାୟୁତି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ (ବୁଥ୍ବାହୁଡ଼ା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି(ଏସ୍ପି)କୁ ନେଇ ଗଠିତ ମହାବିକାଶ ଅଘାଡ଼ି କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି।
The post ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍ କଲା ମେଣ୍ଟ appeared first on Dharitri Odia News.